ଫିରିଙ୍ଗିଆ, ୩୧/୫ : ଫିରିଙ୍ଗିଆ ବ୍ଲକରେ ଦୁଇଟି ପୃଥକ ଅଟୋ ଦୁର୍ଘଟଣାରେ ୪ଜଣ ଗୁରୁତର ହୋଇଥିବା ବେଳେ ୫ ଜଣ ଆହତ ହୋଇଥିବା ଜଣାପଡ଼ିଛି l ସୂଚନା ଅନୁସାରେ ପାଙ୍ଗା ଉପର ସାହି ପଞ୍ଚାୟତ ମାଲା ଗାଁର ୬ଜଣ ଅଟୋ ନେଇଁ ଜାଜେଶ ପାଙ୍ଗାରେ ହେଉଥିବା ମାଁ ବରାଳ ଦେବୀଙ୍କ ଯାତ୍ରା ଦେଖିବାକୁ ଯାଇ ଫେରୁଥିବା ସମୟରେ ନିଜ ଗାଁ ନିକଟରେ ଭାରସାମ୍ୟ ହରାଇ ଅଟୋ ଦୁର୍ଘଟଣା ଘଟି ପ୍ରାୟ ୧୧ ଫୁଟ ତଳେ ପଡିଯିବାରୁ ଅଟୋରେ ବସିଥିବା ୬ ଜଣଙ୍କ ମଧ୍ୟରୁ ପୁଷ୍ପିତା ଦିଗାଲ (୨୨) ଟିକିଲି ଦିଗାଲ (୧୪) ଝୁମୁରି ଦିଗାଲ (୧୬) ଗୁରୁତର ହୋଇଥିଲେ ଅନ୍ୟ ୩ ଜଣ ଆହତ ହୋଇଥିଲେ । ସମସ୍ତଙ୍କୁ ଅଟୋ ସାହାଯ୍ୟରେ ଫିରିଙ୍ଗିଆ ମେଡିକାଲରେ ଭର୍ତି କରିଥିବା ସୂଚନା ମିଳିଛି l ଅନ୍ୟପଟେ ଭୃଙ୍ଗି ଯୋଡ଼ି ପଞ୍ଚାୟତ ଶୁଣ୍ଡି ଗାଁରୁ ସୁମେରୁ ବନ୍ଧ ପଞ୍ଚାୟତ ମସାଣି ଗଟା ଗାଁକୁ କୌଣସି କାମରେ ଯାଇ ନିଜ ଗାଁକୁ ଫେରୁଥିବାବେଳେ ସାଡୀଙ୍ଗିଆ ପାଖରେ ଥିବା ବିଏସଏଫ କ୍ୟାମ୍ପ ପାଖରେ ଭରସାମ୍ୟ ହରାଇ ଅଟୋ ଓଲଟି ପଡ଼ିବାରୁ ଅଟୋରେ ବସିଥିବା ୩ଜଣଙ୍କ ମଧ୍ୟରୁ ବାଞ୍ଚା ନିଧି କହଁର(୨୫) ଗୁରୁତର ଆହତ ହୋଇଥିବାବେଳେ ଅନ୍ୟ ୨ଜଣ ସାମାନ୍ୟ ଆହତ ହୋଇଥିଲେ l ଘଟଣାସ୍ଥଳରେ ବିଏସଏଫ କ୍ୟାମ୍ପରୁ ଯବାନମାନେ ପହଞ୍ଚି ନିଜ ଗାଡିରେ ଭର୍ତ୍ତି କରି ଫିରିଙ୍ଗିଆ ମେଡିକାଲକୁ ଆଣି ମେଡିକାଲରେ ଭର୍ତି କରିଥିଲେ l

ବିଦେଶରେ କଂଗ୍ରେସ ନେତା ଶଶି ଥରୁରଙ୍କୁ ନିଜ ଦଳର ନେତା...