ରାୟଗଡ଼(ଗଜପତି)୧୮।୩ - ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସଦର ମହକୁମାରେ ବୁଧବାର ବୁଲା କୁକୁର କାମୁଡ଼ାରେ ପାଞ୍ଚ ଜଣ ଗୁରୁତର ହୋଇଛନ୍ତି l ରାୟଗଡ଼ ଗ୍ରାମର ଟିଲ ବେହେରା (୫୮), ଯଶବନ୍ତ ଭୂୟା (୧୩), ରେଶମା ଶବର (୧୨), ଭୈରବ ଶବର(୮), କନ୍ତାରୁଣି ବେହେରା (୭୫) ଆହତ ହୋଇଛନ୍ତି। ସେମାନେ ରାୟଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡ଼ଛି I

ଗୋଟିଏ ମାତ୍ର କୁକୁର ବୁଲିବୁଲି ପାଞ୍ଚ ଜଣଙ୍କୁ କାମୁଡିଛି। ଉକ୍ତ କୁକୁର ପାଗଳ ହୋଇଥିବା ଆଶଙ୍କା କରି ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି I