ପ୍ରମୂଖ ଖବର
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

୫ ଆନ୍ତ ରାଜ୍ୟ ଡକାୟତ ଗିରଫ

Published By : Gurupada Nath | March 18, 2025 10:12 PM

ସାଲେପୁର,୧୮/୩ : ପାଞ୍ଚ ଆନ୍ତ ରାଜ୍ୟ ଡକାୟତ ଗିରଫ । ସାଲେପୁର ଏସଡିପିଓଙ୍କ ନେତୃତ୍ଵରେ ବିଭିନ୍ନ ଥାନା  ଅଧିକାରୀଙ୍କ ସହଯୋଗରେ ଚଢଉ କରାଯାଇ ୫ ଡକାୟତଙ୍କୁ ଧରିବା ସହ ସୁନା ଅଳଙ୍କାର ଟଙ୍କା ଓ ବିଭିନ୍ନ ସାମଗ୍ରୀ ଜବତ।  ଏ ନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ଗ୍ରାମାଞ୍ଚଳ ଏସପି ପ୍ରତୀକ ସିଂ। 

କଟକ ଜିଲ୍ଲା ଭଦେରେଶ୍ୱର ଥାନା ଏରକଣା ରମେଶ ସାହୁଙ୍କ ସୁନା ଗହଣା ଚୋରୀ ଘଟଣାରେ ଥାନାରେ ଲିଖିତ ଅଭିଯୋଗ ପରେ ଭଦରେଶ୍ୱର ଥାନା ଆଇଆଇସି କେଶ ନଂ ୪୧/୨୫ରେ ଏକ ମାମଲା ରୁଜୁ କରିଥିଲେ। ଏହି ଘଟଣାରେ ସାଲେପୁର ଏସଡିପିଓଙ୍କ ନେତୃତ୍ବରେ ନିଶ୍ଚିନ୍ତକୋଇଲି ଆଇଆଇସି, ସାଲେପୁର ଆଇଆଇସି, ମାହାଙ୍ଗା ଆଇଆଇସି, ଭଦରେଶ୍ୱର ଆଇସି ଚଢ଼ଉ କରି କେନ୍ଦ୍ରାପଡା ଜିଲ୍ଲାରୁ ୫ଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୨୫୩ ଗ୍ରାମ ସୁନା ୨୧୦ ଗ୍ରାମ ରୂପା ୨ଟି ମୋବାଇଲ  ଜବତ କରାଯାଇଛି। 

ସୁନା ଓ ରୂପା ଅଳଙ୍କାର ଗୁଡ଼ିକୁ ମୁଖ୍ୟ ଅଭିଯୁକ୍ତ ବିକାଶ ଦାସଙ୍କ ସହଯୋଗରେ ମୁଥୁଟ ବ୍ୟାଙ୍କରେ ବନ୍ଧକ ଥୋଇ ଟଙ୍କା ଆଣିଥିବାବେଳେ ସେ ସବୁ ଅଳଙ୍କାର ଗୁଡ଼ିକୁ ବ୍ୟାଙ୍କରୁ ସିଜର କରିଥିବା ନେଇ ସୂଚନା ଦେଇଛନ୍ତି ଏସପି। ଅଭିଯୁକ୍ତମାନେ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଷ ଥାନା ଅଂଚଳର ବିକାଶ ଦାସ, ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳର କୁନା ଦାସ, କେନ୍ଦ୍ରାପଡ଼ା ଥାନା ଅଞ୍ଚଳର ଦେବାସିସି ସାହୁଙ୍କ ସହ ଅନ୍ୟ ଦୁଇ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି।

ଗିରଫ ଅଭିଯୁକ୍ତଙ୍କ ନାମରେ କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଅଞ୍ଚଳର ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ସୂଚନା ମିଳିଛି। ଏହି ଘଟଣାରେ ଅନ୍ୟ ଅଭିଯୁକ୍ତ ମାନଙ୍କୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବ ବୋଲି ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗ୍ରାମଞ୍ଚଳ ଏସ୍ପି ପ୍ରତୀକ ସିଂ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.