ଭୁବନେଶ୍ବର,୮।୪ : ୫କେଜି ଗ୍ୟାସକୁ ନେଇ ଦ୍ବନ୍ଦ୍ୱ ସୃଷ୍ଟି ହୋଇଥିଲା। ଦୂର କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୫ କେଜି ଏଲପିଜି ଗ୍ୟାସ ପ୍ରଚୁର ମାତ୍ରାରେ ଉପଲବ୍ଧ ରହିଛି। ଗ୍ୟାସ କମ୍ପାନୀମାନେ ଉପଲବ୍ଧ କରାଇବେ। ଭାରତ ସରକାରଙ୍କର ଫ୍ରି ଟ୍ରେଡ଼ ଏଲପିଜି ସ୍କିମ ମାଧ୍ୟମରେ ଏହା ଉପଲବ୍ଧ ହେବ। କେବଳ ପରିଚୟପତ୍ର ଦେଖେଇକି ଏହାକୁ ନେଇପାରିବେ।
୫କେଜି ଗ୍ୟାସ ନେବା ପାଇଁ ୧୫୩୭ ଟଙ୍କା ଦେବାକୁ ପଡ଼ିବ। ଟିଫିଲ ପାଇଁ ୫୯୩ ଟଙ୍କା। କେବଳ କମ୍ପାନୀ ସିଲିଣ୍ଡର ହିଁ ଫିଲିଂ ହେବ। ବାହାର ସିଲିଣ୍ଡର ହୋଇପାରିନି। ଆଇଓସିଏଲ, ଏଚପିସିଏଲ, ବିପିସିଏଲ ହିଁ ନେଇପାରିବେ। ଯେକୌଣସି ସ୍ଥାନରୁ ଚାହିଁଲେ ନେଇପାରିବେ। ଯିଏ ଏଜେନ୍ସି କଳାବଜାରୀ କରିବେ, ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ବିଭିନ୍ନ ସ୍ଥାନରେ କ୍ୟାମ୍ପ କରି ଦିଆଯାଉଛି। ସେଠୁ ବି ନେଇପାରିବେ। ରିଫିଲ ପାଇଁ କୌଣସି ଦୈନିକ କଟକଣା ନାହିଁ। ପେଟ୍ରୋଲ ପମ୍ପରେ ବି ମିଳିପାରିବ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି।