ରାଉରକେଲା,୯।୧ : ପାଞ୍ଚ ଲକ୍ଷ ଲୁଟିନେଲେ ଲୁଟେରା । ରାଉରକେଲା ସେକ୍ଟର ୧୯ ଏସବିଆଇ ସମ୍ମୁଖରୁ ଲୁଟ। ଲୁଟର ଶିକାର ହୋଇଛନ୍ତି ରାଜଗାଙ୍ଗପୂର୍ ଅବସରପ୍ରାପ୍ତ ପୋଲିସ କର୍ମଚାରୀ ସୁଶିଲ ମାଝି ।

ରାଜଗାଙ୍ଗପୂର୍ ଅବସରପ୍ରାପ୍ତ ପୋଲିସ କର୍ମଚାରୀ ସୁଶିଲ ମାଝି ତାଙ୍କ ଝିଅ ବାହାଘର ପାଇଁ ସେକ୍ଟର ୧୯  ଏସବିଆଇରୁ ଟଙ୍କା ଉଠାଇବାକୁ ଯାଇଥିଲେ । ପାଞ୍ଚ ଲକ୍ଷ ଟଙ୍କା ଉଠାଇ ବ୍ୟାଗରେ ରଖି ପରିବାର ସହ ବ୍ୟାଙ୍କ୍ ସମ୍ମୁଖରେ ନିଜ ବୋଲେରୋ ଗାଡ଼ିକୁ ଯାଉଥିଲେ।  ଏହି ସମୟରେ ୩ ଜଣ  ଦୁବୃର୍ତ୍ତ କଳା ପଲସର୍ ହେଲମେଟ  ପିନ୍ଧି  ବ୍ୟାଗ୍  ଝାମ୍ପିନେଇ ଫେରାର ହୋଇଯାଇଥିଲେ । ସେକ୍ଟର ୧୯  ଥାନାରେ ଅଭିଯୋଗ କରିବା ପରେ ପୋଲିସ ଛ।ନବିନ ଆରମ୍ଭ କରିଛି ।