ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଦୁନିଆର ୫ଟି ସବୁଠୁ ବଡ ବିମାନ, ପଶିଯିବ ବିରାଟ ଗାଁ

Published By : Krishna Priya | October 29, 2024 1:10 PM

ନୂଆଦିଲ୍ଲୀ ୨୯/୧୦: କିଛି ଶହ ବର୍ଷ ପୂର୍ବେ, ମଣିଷ କଳ୍ପନା ମଧ୍ୟ କରିପାରୁ ନଥିଲା ଯେ ସେ ଦିନେ ଆକାଶରେ ଉଡିପାରିବ। କିନ୍ତୁ ଆଜି ଧାତୁରେ ନିର୍ମିତ ଏତେ ବଡ ଜାହାଜ, ଯାହା ଶହ ଶହ ଲୋକଙ୍କୁ ନେଇ ଆକାଶରେ ଉଡି ପାରୁଛି। ଏହି ପରିପ୍ରେକ୍ଷୀରେ ଆସନ୍ତୁ ଜାଣିବା ଦୁନିଆର ୫ ଟି ବଡ ବିମାନ ବିଷୟରେ...

ଆଣ୍ଟୋନୋଭ୍ ଆନ୍ -225 ମରିୟା। ଦୁନିଆର ସବୁଠୁ ବଡ ବିମାନ ବୋଲି କୁହାଯାଏ । ଏହି ବିମାନ ୧୯୮୦ ଦଶକରେ ୟୁକ୍ରେନରେ ଡିଜାଇନ୍ କରାଯାଇଥିଲା। ଏହି ଜାହାଜର ମୂଳ ଉଦ୍ଦେଶ୍ୟ ଥିଲା ଭାରୀ ଏବଂ ବଡ଼ ସାମଗ୍ରୀକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପରିବହନ କରିବା । ଏହି ବିମାନର ଉଡ଼ାଣ ବିଷୟରେ କହିବାକୁ ଗଲେ, ଏହା ଡିସେମ୍ବର ୨୧, ୧୯୮୮ ରେ ପ୍ରଥମ ଥର ନିଜର ଉଡାଣ ଭରିଥିଲା।ଏହି ଜାହାଜର ବିଶେଷତ୍ୱ ହେଉଛି ଏହା ପ୍ରାୟ ୨୫୦ ଟନ୍ ଓଜନ ଉଠାଇପାରେ ।

ଏୟାରବସ୍ A380 । ଦୁନିଆର ସବୁଠୁ ବଡ ଯାତ୍ରୀବାହୀ ବିମାନ ବୋଲି କୁହାଯାଏ। ଯାତ୍ରୀ ପରିବହନ ପାଇଁ ଏହାକୁ ଡିଜାଇନ୍ କରାଯାଇଛି ।ଏହି ବିମାନ ପ୍ରାୟ ୮୦୦ ଯାତ୍ରୀଙ୍କୁ ନେଇପାରେ। ଏପ୍ରିଲ ୨୭, ୨୦୦୫ ରେ ଏହା ନିଜର ପ୍ରଥମ ଉଡାଣ ଭରିଥିଲା।

ଆଣ୍ଟୋନୋଭ୍ ଆନ୍ -125 ହେଉଛି ଦ୍ୱିତୀୟ ବୃହତ୍ତମ ଋଷୀୟ କାର୍ଗୋ ବିମାନ । ଏହି ବିମାନର ପ୍ରଥମ ଉଡାଣ ୧୯୮୨ ରେ ହୋଇଥିଲା ।ଏହି ବିମାନରେ ଫ୍ରଣ୍ଟ୍‌ ଓପନିଂ ଡୋର୍‌ ରହିଛି। ଯାହାଦ୍ୱାରା ଭାରୀ ସାମଗ୍ରୀକୁ ସହଜରେ ଲୋଡ୍‌ ଏବଂ ଅନଲୋଡ୍ କରାଯାଇପାରିବ। ଏହି ଜାହାଜର ସର୍ବାଧିକ ଉଠାଣ କ୍ଷମତା ହେଉଛି ୧୫୦ ଟନ୍।

ବୋଇଙ୍ଗ 747-8 ବିମାନ । ଏହି ବିମାନ ଉଭୟ ଯାତ୍ରୀ ଏବଂ ମାଲ ପରିବହନ ପାଇଁ । ଏହି ବିମାନର ଲମ୍ବ ୭୬.୩ ମିଟର । 

ଏୟାରବସ୍ A340-600। ଏହି ବିମାନରେ ଚାରୋଟି ଇଞ୍ଜିନ୍ ରହିଛି।  ଯାହା ଦୀର୍ଘ ସମୟର ଉଡାଣ ପାଇଁ ଡିଜାଇନ୍ ହୋଇଛି। ଏହି ବିମାନର ଲମ୍ବ ୭୫.୩୬ ମିଟର । ଏହାର ପ୍ରଥମ ଉଡାଣ ୨୦୦୨ ରେ ହୋଇଥିଲା ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.