ପ୍ରମୂଖ ଖବର
  • ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପ୍ରସ୍ତୁତି, ପବିତ୍ର ସ୍ନାନଯାତ୍ରା ଓ ରଥଯାତ୍ରାର ନୀତି ନିର୍ଘଣ୍ଟ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିବ ବୈଠକ
  • ||
  • ରବିବାର ଇସ୍ରୋର ୧୦୧ତମ ଉତ୍‌କ୍ଷେପଣ, ଶ୍ରୀହରିକୋଟାରୁ ଲଞ୍ଚ୍‌ ହେବ ଇସ୍ରୋର ଇଓଏସ୍‌-୯ ମିଶନ
  • ||
  • IPL 2025: ୧୦ ଦିନ ପରେ ଫେରିଲା ଫଟାଫଟ୍ କ୍ରିକେଟ୍, ଆଜି ରୟାଲ ଚ୍ୟାଲେଞ୍ଜର୍ସକୁ ଭେଟିବ ନାଇଟ୍‌ ରାଇଡର୍ସ
  • ||
  • ଭୁବନେଶ୍ୱର : ବାଇକ୍‌ରେ ଆସି କାର୍‌ କାଚ ଭାଙ୍ଗିଲେ ଦୁର୍ବୃତ୍ତ, ଅଭିଯୁକ୍ତ ଫେରାର
  • ||
  • ବାସୁଦେବପୁର : ଭୋଜି ଖାଇ ଫେରିବା ବେଳେ ଓଲଟିଲା ଚାରି ଚକିଆ ଗାଡି, ୧୦ରୁ ଉର୍ଦ୍ଧ୍ଵ ଗୁରୁତର
  • ||
  • ମେ' ୨୦ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ, ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରକ୍ରିୟା
  • ||
  • କାଳବୈଶାଖୀ ଆସିବ, ଆଶ୍ୱସ୍ତି ଦେବନି: ୬ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା କମ୍
  • ||

ଲୁଟେରାଙ୍କୁ କାବୁ କଲେ ଗ୍ରାମବାସୀ : ୫ ଲୁଟେରା ଗିରଫ, ୩ ବାଇକ ଜବତ

Published By : Prameya | May 8, 2025 10:14 PM

ଫିରିଙ୍ଗିଆ, ୮/୫ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ବିଭିନ୍ନ ଘାଟି ରାସ୍ତାରେ  ବିଭିନ୍ନ ମାରଣାସ୍ତ୍ର ଦେଖାଇ ଲୋକଙ୍କୁ ମାଡ଼ ମାରି ଲୁଟ ହେଉଥିବା ଅଭିଯୋଗ ହୋଇ ଆସୁଥିଲା l ତେବେ ଗୁରୁବାର ଭୋରୁ  ଘାଟି ରାସ୍ତାରେ ଜଣଙ୍କ ଠାରୁ ଲୁଟ ବେଳେ  ଲୋକମାନେ ୫ ଜଣ  ଲୁଟେରାଙ୍କୁ କାବୁ କରିଥିଲେ। ତେବେ ଅନ୍ୟ ଲୁଟେରା ୩ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଖବର ପାଇ ପୋଲିସ ପହଞ୍ଚି ୫ ଜଣଙ୍କୁ ଗିରଫ  କରିଥିଲା। ଅଭିଯୁକ୍ତମାନେ ହେଲେ ପୁଇଁତଲା ଥାନା କସାବାହାଲ ଗାଁର ସୁନିଲ ସାଣ୍ଢ,, ବାଞ୍ଜି ପଲି ଥାନା ଦେଓଗାଁର ଶରତ କୁମ୍ଭାର, ପୁଇଁତଲା ଥାନା ତଣ୍ଡା ମୁଣ୍ଡା ଗାଁର ସତ୍ୟ ନନ୍ଦ, ପୁଇଁତଲା ଥାନା କୁରୁଲ ଗାଁର ସୁରୁ ସେଠ, ପୁଇଁତଲା ଥାନା ତଣ୍ଡା ମୁଣ୍ଡା ଗାଁର କରୁଣା ନନ୍ଦ ।  ଅଭିଯୁକ୍ତମାନେ  ବଲାଙ୍ଗୀର ଜିଲ୍ଲାର ବୋଲି ଏକ ପ୍ରେସ ମିଟ ଜରିଆରେ ଉପଖଣ୍ଡ ଅଧିକାରୀ ଶୁଭ୍ରଜିତ ବିଶ୍ୱାଳ ସୂଚନା ଦେଇଛନ୍ତି l 

ଗୋଚ୍ଛାପଡା ଥାନା ଅଧୀନ କେନ୍ଦୁ ଗୁଡା ଗାଁର ବାବୁଲା ମଲିକ ବୌଦ୍ଧ ଜିଲ୍ଲା ନାରାୟଣ ପ୍ରସାଦ ଗାଁକୁ ଏକ ଭୋଜି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଭୋରୁ ଯାଉଥିଲେ।  ଏହି ସମୟରେ କେନ୍ଦୁଗୁଡା ଘାଟିରେ ବାବୁଲା ମଲିକଙ୍କୁ  ଡକାୟତି ଗ୍ୟାଙ୍ଗ ଅଟକାଇଥିଲେ । ବାବୁଲାକୁ ଧମକ ଚମକ ଦେବା ସହ ମୋବାଇଲ  ଛଡାଇ  ନେଇଥିଲେ l ଏହି ଘଟଣା ପରେ ବାବୁଲା ଚିତ୍କାର  କରିଥିଲା।  ଗ୍ରାମର କିଛି ଲୋକ ଧାଇଁ ଆସିବାରୁ ଘଟଣା ସ୍ଥଳରୁ ୩ ଜଣ ଡକାୟତ ଜଙ୍ଗଲ ଭିତରକୁ ଦୌଡି ଫେରାର ହୋଇଯାଇଥିଲେ। ଅନ୍ୟ ୫ ଜଣକୁ ଗ୍ରାମବାସୀ କାବୁ କରିଥିଲେ l  ଏହି ଘଟଣା ପରେ ବାବୁଲା ମଲିକର ଅଭିଯୋଗ କ୍ରମେ ଗୋଚ୍ଛାପଡା ପୋଲିସ ୫ ଜଣକୁ ଗିରଫ କରିଛି।  ଏଥିସହ ଡକାୟତରେ ବ୍ୟବହୃତ ୩ ଟି ବାଇକ, ୪ ଟି ମୋବାଇଲ ଫୋନ, ଓ ଅନ୍ୟାନ୍ୟ ଜିନିଷ ଜବତ କରିଛି। ଏହି ଘଟଣାରେ ଗୋଚ୍ଛାପଡା ଥାନାରେ ପୋଲିସ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.