ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଲଙ୍କା ଗୁଣ୍ଡ ପକାଇ ଟଙ୍କା ଲୁଟ୍ ଉଦ୍ୟମ ଘଟଣା , ୫ ଗିରଫ

Published By : Suraj Kumar | April 21, 2025 10:58 PM

କଳାହାଣ୍ଡି,୨୧।୪ :  ଭବାନୀପାଟଣା ସହରରେ ଦିନ ଦିପହରେ ଡକାୟତି ଉଦ୍ୟମ l ଲଙ୍କା ଗୁଣ୍ଡ ସହିତ ବୋମା ପକାଇ ଟଙ୍କା ବ୍ୟାଗ ଝାମ୍ପି ନେବା ପାଇଁ ଉଦ୍ୟମ  । ପୋଲିସ ହାତରେ ଧରାପଡିଲେ ୫ ଅଭିଯୁକ୍ତ । ସେମାନେ ହେଲେ  ଗଞ୍ଜାମ ଜିଲ୍ଲା ସୋରାଡା  ବ୍ଲକର ଇଶାନ ନାୟକ,  ବ୍ରହ୍ମପୁରର ମନୁ ନାୟକ, ସୋରଡା କାଠଗଡା ସାହିର ବିରଞ୍ଚି ନାୟକ, ଭବାନୀପାଟଣା ସମ୍ଭୁନଗରପଡାର  ତ୍ରିଲୋଚନ ପ୍ରଧାନ,  ଗୋଦମାପଡାର ବାବୁ ଖାନ।  ସେମାନଙ୍କ ନିକଟରୁ ପୋଲିସ ଗୋଟିଏ ପଲସର ବାଇକ,  ବନ୍ଧୁକ, ୫ଟି ମୋବାଇଲ ଫୋନ ଜବତ କରିଛି। 

ସୂଚନା ଅନୁଯାୟୀ ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ବଗିଚାପଡାର ଶରତ କୁମାର ବେହେରା ତାଙ୍କ ସାଙ୍ଗ ସହ ଟଙ୍କା ଜମା କରିବା ପାଇଁ ବ୍ୟାଙ୍କ କୁ ଯାଉଥିଲେ l ଭବାନୀପାଟଣା ମହାବୀରପଡା ନିକଟରେ ତିନି ଦୁର୍ବୃତ୍ତ ଏକ ପଲସର ବାଇକରେ ଆସି ତାଙ୍କ ଉପରେ ଲଙ୍କାଗୁଣ୍ଡ ଫିଙ୍ଗିବା ସହିତ ଗୋଟିଏ ବୋମା  ଫିଙ୍ଗିଥିଲେ । ଟଙ୍କା ବ୍ୟାଗ କୁ ଝାମ୍ପି ନେବା  ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ।  ବୋମ ଫୁଟିବା ଶବ୍ଦ ଶୁଣି ଲୋକେ ଜମା ହୋଇଯିବା ଫଳରେ ଦୁର୍ବୃତ୍ତମାନେ ସେଠାରୁ ଖସି ଯିବା ପାଇଁ ଚେଷ୍ଟା କରୁଥିବା ବେଳେ ଜଣଙ୍କୁ ଲୋକେ  କାବୁ କରିଥିଲେ। ଅନ୍ୟ ଦୁଇ ଜଣ ଫେରାର ହୋଇଯାଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଜଣଙ୍କୁ ନେଇ ପଚରାଉଚରା କରିବା ସହ ଘଟଣାର ତଦନ୍ତ କରିଥିଲେ। ଏହି ଲୁଟ ଘଟଣାରେ ଜଡିତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.