କଟକ,୯।୧୨ :  କଲେଜରେ ଏକ ଗୋଷ୍ଠୀ କିଛି ଛାତ୍ରକୁ ନିଶା ସିଗାରେଟ ଖାଇବାକୁ ବାଧ୍ୟ କଲେ।  କିନ୍ତୁ ଛାତ୍ରମାନେ ନିଶା ସିଗାରେଟ ଖାଇବାକୁ ରାଜି ହୋଇ ନ ଥିଲେ।  ନିଶା ସିଗାରେଟ ଦେଇଥିବା ଗୋଷ୍ଠୀର  ଛାତ୍ରମାନେ  ଅନ୍ୟ ଛାତ୍ର ମାନଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣରେ ୫  ଜଣ ଛାତ୍ର ଆହତ ହୋଇଛନ୍ତି। କଟକ ସ୍ଥିତ ନେତାଜୀ ସୁବାସ ଚନ୍ଦ୍ର ବୋଷ ସିଟି କଲେଜରେ ଏହି ଘଟଣା ଘଟିଛି।  ଆହତ ଛାତ୍ରଙ୍କ ପକ୍ଷରୁ ବାଦାମବାଡ଼ି ଥାନାରେ ଏତଲା ଦିଆଯାଇଛି।

ଆହତ ଛାତ୍ରଙ୍କ କହିବା ଅନୁସାରେ କିଛି ଛାତ୍ର  କଲେଜ ସାଇକେଲ ଷ୍ଟାଣ୍ଡରେ ବସି ନିଶା ସିଗାରେଟ ଖାଉଥିଲେ।ସେହି ସମୟରେ କିଛି ଛାତ୍ର ସାଇକେଲ  ଆଣିବାକୁ ଯିବା ସମୟର ନିଶା ଖାଉଥିବା କଲେଜର ଏକ ଗ୍ରୁପ ନିଶା ଖାଇବାକୁ ବାଧ୍ୟ କରିଥିଲେ । ହେଲେ କିଛି ଛାତ୍ର ଏହାକୁ ମନା କରିଥିଲେ।  ଯାହାକୁ ନେଇ ଦୁଇ ଗୋଷ୍ଠୀ  ଭିତରେ ଗଣ୍ଡଗୋଳ ହୋଇଥିଲା । ଏହି ଗଣ୍ଡଗୋଳରେ ପାଞ୍ଚ ଜଣ ଛାତ୍ର ଆହତ ହୋଇଥିଲେ। ଛାତ୍ରଙ୍କ ପକ୍ଷରୁ ବାଦାମବାଡ଼ି ଥାନାରେ ଏତଲା ଦିଆଯାଇଛି।

ଖବର ପାଇ ବାଦାମବାଡ଼ି ଥାନା ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଏହି ଘଟଣାରେ ଉଭୟ ପକ୍ଷର ଛାତ୍ର ଆହତ ହୋଇଛନ୍ତି।ପୋଲିସ ପ୍ରାଥମିକ ଭାବେ ସେମାନଙ୍କୁ ଚିକିତ୍ସା ପାଇଁ ପଠାଇଛି। ଚିକିତ୍ସା ପରେ ଅଧିକ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସିପି କହିଛନ୍ତି।