ପ୍ରମୂଖ ଖବର
  • ଧାମି ସରକାରଙ୍କ ବଡ଼ ନିଷ୍ପତ୍ତି,ଉତ୍ତରାଖଣ୍ଡର ସବୁ ସ୍କୁଲ୍‌ରେ ଗୀତା ପାଠ ବାଧ୍ୟତାମୂଳକ
  • ||
  • ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା : କ୍ରାଇମବ୍ରାଞ୍ଚ କରିବ ତଦନ୍ତ
  • ||
  • କଂଗ୍ରେସର ଓଡିଶା ବନ୍ଦ ଡାକରା ଯୋଗୁ ଗୁରୁବାର ବନ୍ଦ ରହିବ ପେଟ୍ରୋଲ ପମ୍ପ
  • ||
  • ଆସନ୍ତା ୨୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଂଗ୍ରେସର ଓଡ଼ିଶା ବନ୍ଦ ଡାକରା, ଶାନ୍ତି ଶୃଙ୍ଖଳାରେ ବନ୍ଦକୁ ସମର୍ଥନ କରିବାକୁ ଭକ୍ତଙ୍କ ଅପିଲ୍
  • ||
  • ମୟୂରଭଞ୍ଜ : ଅନ୍ଧ ବିଶ୍ୱାସ ଓ ତନ୍ତ୍ର ପୂଜା ପାଇଁ ଘରେ ରଖିଥିଲେ ବାଘ ଛାଲ, ୭ ଅଭିଯୁକ୍ତ ଗିରଫ
  • ||
  • ଗୁରୁବାର ମହାପ୍ରଭୁଙ୍କର ବନକଲାଗି ନୀତି, ସନ୍ଧ୍ୟା ସାଢେ ୬ଟାରୁ ରାତି ୧୧ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ଜଳେଶ୍ବର: ବିଜୁ ଜନତା ଦଳ ପକ୍ଷରୁ ବାଲେଶ୍ୱର ଜିଲ୍ଲା ବନ୍ଦ ଡାକରା, ଦିନ ୨ଟା ପର୍ଯ୍ୟନ୍ତ ଚକଅଖ ବନ୍ଦ
  • ||
  • ନୂଆପଡ଼ା: ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||
  • ମୟୂରଭଞ୍ଜ: ରକ୍ତ ସମ୍ପର୍କରେ ରକ୍ତ ଛିଟା; ବୃଦ୍ଧ ବାପା ଓ ମାଆଙ୍କୁ ହତ୍ୟାକଲା ମଦ୍ୟପ ପୁଅ
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଘରେ ପଶିଲା କାର୍; ଜଣେ ମୃତ, ୪ଆହତ
  • ||
  • ଓଡ଼ିଶା ବନ୍ଦ ପାଇଁ ଟିଏଲ୍‌ଟି ନିଯୁକ୍ତି ପରୀକ୍ଷା ସ୍ଥଗିତ, ୧୮ରେ ହେବ ପରୀକ୍ଷା
  • ||
  • ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା, ୧୯ ଯାଏ ଢାଳିବ
  • ||
  • ଆମେରିକାର ଟାରିଫ୍‌ ଛାଟରେ ଚିନ୍ତାରେ ଏସୀୟ ଦେଶ : ପୋଷାକ ରପ୍ତାନିରେ ଲାଭ ଉଠାଇପାରିବ ଭାରତ
  • ||
  • ନୂଆପଡ଼ା : ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||

ସ୍କୁଟିକୁ ଧକ୍କା ଦେଲା ଟ୍ରକ୍‌: ଆଖି ବୁଜିଲା ୫ ବର୍ଷର ଶିଶୁ, ବାପା ମାଆ ଗୁରୁତର

Published By : Harapriya Sethi | January 9, 2025 2:27 PM

ସମ୍ୱଲପୁର,୦୯/୦୧: ଥେଲକୋଲୋଇ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସ୍କୁଟିରେ ଯାଉଥିବା ବେଳେ ଧକ୍କା ଦେଲା ଟ୍ରକ୍‌ ।ଦୁର୍ଘଟଣାରେ ୫ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା ବେଳେ ବାପା ମାଆ ଗୁରୁତର ହୋଇଛନ୍ତି । ଘଟଣା ପରେ ସମ୍ବଲପୁର-ରାଉରକେଲା ରାଜ୍ୟ ରାଜପଥ ଅବରୋଧ କଲେ ଉତ୍ୟକ୍ତ ଲୋକେ । ସମ୍ୱଲପୁର ଜିଲ୍ଲା ଥେଲକୋଲୋଇ ନିକଟରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । 

ସୂଚନା ମୁତାବକ, ଏକ ସ୍କୁଟି ଯୋଗେ ବାପା ମାଆ ଏବଂ ତାଙ୍କ ୫ ବର୍ଷର ଶିଶୁ ପୁତ୍ର ନିଜ ଗାଁ ଚାଲଟିକ୍ରାରୁ ସୁନ୍ଦରଗଡ ଯାଉଥିଲେ । ରାସ୍ତାରେ ଯିବା ବେଳେ ଥେଲକୋଲୋଇ ନିକଟରେ ଏକ ଟ୍ରକ୍‌ ସ୍କୁଟିକୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ୫ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା ବେଳେ ବାପା ମାଆ ଗୁରୁତର ହୋଇଥିଲେ । ଏହା ଦେଖି ତୁରନ୍ତ ସ୍ଥାନୀୟଲୋକେ ଦୌଡ଼ି ଆସି ଗୁରୁତର ଅବସ୍ଥାରେ ବାପା ମାଆଙ୍କୁ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲା । ସେଠାରେ ପହଞ୍ଚି ତୁରନ୍ତ ଶିଶୁର ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ଏହା ସହ ଗୁରୁତର ମାତାପିତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଛି । ଅନ୍ୟପଟେ ଏଭଳି ଘଟଣା ପରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଉତ୍ୟକ୍ତ ଲୋକେ । ସ୍ଥାନୀୟଲୋକେ ସମ୍ବଲପୁର-ରାଉରକେଲା ରାଜ୍ୟ ରାଜପଥକୁ ଅବରୋଧ କରିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.