ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର, ପାଇଲଟ୍‌ ତାଲିମ ଦେବେ ରାଜ୍ୟ ସରକାର

Published By : Prameya | March 3, 2025 2:52 PM

ଭୁବନେଶ୍ୱର,୦୩/୦୩: ବିମାନ ଚଳାଇବା  ପାଇଁ ସ୍ୱପ୍ନ ରଖିଥିବା ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ  ଆସିଛି ନୂଆ ସୁଯୋଗ । କାରଣ ରାଜ୍ୟ ସରକାର  ୫୦ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ପାଇଲଟ୍‌ ତାଲିମ  ଦେବା ପାଇଁ ସ୍ଥିର କରିଛନ୍ତି । ଏହି ୫୦ ଜଣଙ୍କ ଭିତରେ ଅଧିକାଂଶ ଛାତ୍ରୀ ରହିବେ । ଏଥିପାଇଁ  ରାଜ୍ୟ ବାଣିଜ୍ୟ ଏବଂ ପରିବହନ ବିଭାଗ ଏକ  ପେସାଦାର ସଂସ୍ଥାକୁ ନିଯୁକ୍ତ କରିବାକୁ ଟେଣ୍ଡର  ଆହ୍ୱାନ କରିଛି ।  

ବିଭାଗର ଜଣେ ଅଧିକାରୀ କହିଛନ୍ତି,  ଟେଣ୍ଡର ଅନୁଯାୟୀ, ସରକାର ଉକ୍ତ ସଂସ୍ଥା ମାଧ୍ୟମରେ ଅତିକମ୍‌ରେ ୩ ଶହ ଆଦିବାସୀ  ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରିବ । ସେଥିରୁ ୫୦ ଜଣଙ୍କୁ ବଛାଯାଇ ତାଲିମ ପ୍ରଦାନ କରାଯିବ । ଏହି  ୫୦ ଜଣ ‘ଏୟାରଲାଇନ୍‌ କ୍ୟାଡେଟ୍‌ ପାଇଲଟ୍‌ ଆସେସମେଣ୍ଟ୍‌’ ପରୀକ୍ଷା ପାଇଁ ଭୁବନେଶ୍ୱରରେ ୮ ସପ୍ତାହ ପାଇଁ କୋଚିଂ ନେବେ । ଦିନକୁ ୬  ଘଣ୍ଟା ଲେଖାଁ ସପ୍ତାହରେ ୫ ଦିନ ତାଲିମ ନେବେ । ଡିଜିସିଏ ଦ୍ୱାରା ଧାର୍ଯ୍ୟ ଫାଉଣ୍ଡେସନ୍‌  ପାଠ୍ୟକ୍ରମ ତଥା ବିମାନ ତାଲିମ ପାଠ୍ୟକ୍ରମର  ଏକ ମୋଟାମୋଟି ଧାରଣା ମଧ୍ୟ ସେମାନଙ୍କୁ ଦିଆଯିବ । ଇଂରାଜୀରେ ଦକ୍ଷତା, ବ୍ୟକ୍ତିତ୍ୱ  ବିକାଶ, ମୌଳିକ ବିମାନ ଚଳାଚଳ ଜ୍ଞାନ, ଗ୍ରୁପ୍‌  ଆଲୋଚନା ଏବଂ ସାକ୍ଷାତକାର ଆଦି ବିଷୟରେ  ଶିକ୍ଷା ଦିଆଯିବ । ପ୍ରତ୍ୟେକ ମଡ୍ୟୁଲ୍‌ ଶେଷ ପରେ  ନିୟମିତ ମୂଲ୍ୟାଙ୍କନ କରାଯିବ । ପଛରେ ପଡ଼ିଥିବା  ଛାତ୍ରଛାତ୍ରୀଙ୍କ ପାଇଁ ସପ୍ତାହନ୍ତରେ ସ୍ୱତନ୍ତ୍ର ତାଲିମ  ପ୍ରଦାନ କରାଯିବ । ଏହି ତାଲିମ ପରେ ୫୦  ଜଣ ଛାତ୍ରଛାତ୍ରୀ ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ  ଭଳି ବିମାନ କମ୍ପାନୀ ଦ୍ୱାରା ଚୟନ ହେବେ ।  ସେହି ବିମାନ କମ୍ପାନୀଗୁଡିକ ଶ୍ରେଷ୍ଠ ୧୦  ଛାତ୍ରଛାତ୍ରୀଙ୍କୁ ବାଛି ପେସାଦାର ପାଇଲଟ୍‌ ହେବା  ପାଇଁ ବୈଷୟିକ ତାଲିମ ପ୍ରଦାନ କରିବେ ବୋଲି  ଉକ୍ତ ଅଧିକାରୀ ସୂଚନା ଦେଇଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.