ନୂଆଦିଲ୍ଲୀ,୨୭।୧୨: ପାକିସ୍ତାନ ଆଜିକାଲି ଗମ୍ଭୀର ଆର୍ଥିକ ସଙ୍କଟ ଓ ରାଜନୈତିକ ଅସ୍ଥିରତା ଦେଖିବାକୁ ମିଳିଛି। ସଂସ୍ଥାଗତ ବିଫଳତା କାରଣରୁ ଗତ ଦୁଇ ବର୍ଷରେ ହଜାର ହଜାର ଡାକ୍ତର, ଇଞ୍ଜିନିୟର ଓ ଆକାଉଣ୍ଟାଣ୍ଟ ଦେଶ ଛାଡି ସାରିଛନ୍ତି। ନିକଟରେ ଏକ ସରକାରୀ ରିପୋର୍ଟ ଏହି ସଙ୍କଟର ଭୟବହ ସ୍ଥିତିକୁ ସ୍ପଷ୍ଟ କରିଛି।
ପାକିସ୍ତାନର ବ୍ୟୁରେ ଅଫ୍ ଇମିଗ୍ରେସନ୍ ଆଣ୍ଡ ଓଭରସିଜ୍ ଏମ୍ପଲୟମେଣ୍ଟର ସୂଚନା ଅନୁସାରେ,ଗତ ୨୪ ମାସରେ ଦେଶର ୫୦୦୦ ଡାକ୍ତର,୧୧୦୦୦ ଇଞ୍ଜିନିୟର ଓ ୧୩୦୦୦ ଆକାଉଣ୍ଟଣ୍ଟ ଦେଶ ଛାଡି ସାରିଛନ୍ତି। ଏହି ରିପୋର୍ଟ ସାମନାକୁ ଆସିବା ପରେ ସରକାରଙ୍କ ନୀତି ଉପରେ ଏବେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ସେନା ମୁଖ୍ୟ ଜେନେରାଲ ଅସୀମ ମୁନୀରଙ୍କୁ ମଧ୍ୟ କଡା ସମାଲୋଚନା କରାଯାଉଛି। ଯିଏକି ଏତେ ସଂଖ୍ୟକ ପଳାୟନକୁ ‘ବ୍ରେନ୍ ଗେମ୍’ ବୋଲି କହିଥିଲେ।
ପୂର୍ବତନ ପାକିସ୍ତାନୀ ସିନେଟର ମୁସ୍ତଫା ନଓ୍ବାଜ ଖୋଖର ଏହି ସଂଖ୍ୟାକୁ ସୋସିଆଲ ମିଡିଆରେ ସେୟାର କରି ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି। ସେ ଲେଖିଛନ୍ତି, ରାଜନୀତି ସୁଧାରନ୍ତୁ, ତା ପରେ ଯାଇ ଅର୍ଥବ୍ୟବସ୍ଥା ସୁଧୁରିବ। ପାକିସ୍ତାନ ଦୁନିଆର ଚତୁର୍ଥ ବଡ଼ ଫ୍ରିଲାନ୍ସିଂ ହବ୍, କିନ୍ତୁ ଇଣ୍ଟରନେଟ୍ ସଟ୍ଡାଉନ୍ ଦ୍ବାରା ୧.୬୨ ବିଲିୟନ ଡଲାର କ୍ଷତି ହୋଇସାରିଛି। ୨୩.୭ ଲକ୍ଷ ଚାକିରୀ ବିପଦରେ ଅଛି।’ ସରକାରୀ ସଂଖ୍ୟା ଅନୁସାରେ, ୨୦୨୪ ରେ ୭,୨୭,୩୮୧ ପାକିସ୍ତାନୀ ବିଦେଶରେ କାମ ପାଇଁ ରେଜିଷ୍ଟେ୍ରସନ୍ କରିଛନ୍ତି। ୨୦୨୫ ରେ ନଭେମ୍ବର ପର୍ଯ୍ୟନ୍ତ ୬,୮୭,୨୪୬ ଲୋକ ବିଦେଶକୁ ରୋଜଗାର ପାଇଁ ରେଜିଷ୍ଟର ହୋଇସାରିଛନ୍ତି। ଚିନ୍ତାଜନକ କଥା ଯେ, ଏହି ପଳାୟନ ଏବେ କେବଳ ଉପସାଗରୀୟ ଦେଶରେ ଶ୍ରମିକ ଶ୍ରେଣୀର ଲୋକ ନୁହେଁ, ବଂର ଶିକ୍ଷିତ ଲୋକ ମଧ୍ୟ ଦେଶ ଛାଡୁଛନ୍ତି। ପାକିସ୍ତାନର ସ୍ବାସ୍ଥ୍ୟ କ୍ଷେତ୍ର ମଧ୍ୟ ଏହି ସଙ୍କଟରେ ଅଧିକ ପ୍ରଭାବିତ ହୋଇଛି। ୨୦୧୧ ରୁ ୨୦୨୪ ମଧ୍ୟରେ ନର୍ସଙ୍କ ପଳାୟନ ବି ୨,୧୪୪ ପ୍ରତିଶତ ବୃଦ୍ଧି ପାଇଛି। ଏହା ୨୦୨୫ ପର୍ଯ୍ୟନ୍ତ ବି ଜାରି ରହିଛି।
ଆହୁରି ପଢନ୍ତୁ : ଜେସିବି ଲଗାଇ କମ୍ବୋଡିଆରେ ଭଗବାନ ବିଷ୍ଣୁଙ୍କ ମୂର୍ତ୍ତି ଭଙ୍ଗାଗଲା, ଭାରତର କଡା ନିନ୍ଦା: କହିଲା- ଏହା ଅପମାନଜନକ...