ଯାଜପୁର,୩।୧ : ଯାଜପୁର ସହରର ବଲ୍ଲଭୀଘାଟ ନିକଟରେ ଯାଜପୁର ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ୫୨ ଗ୍ରାମ ଧଳାଜହର ଜବତ କରିବା ସହ ୩ ଜଣଙ୍କୁ ଅବକାରୀ ପୁଲିସ ଗିରଫ କରିଛି।   ଜବତ ବ୍ରାଉନସୁଗାରର ମୂଲ୍ୟ ୫ ଲକ୍ଷ ଟଙ୍କା। ସେମାନଙ୍କ ନିକଟରୁ ଅବକାରୀ ପୁଲିସ ଏକ ବାଇକ ଜବତ କରିଛି।

ଯାଜପୁର ସହରର ବଲ୍ଲଭୀଘାଟ  ନିକଟରେ  ପାଟ୍ରୋଲିଂ ସମୟରେ ୩ ଜଣ ଯୁବକ ଦୌଡ଼ି ପଳାଉ ଥିଲେ।  ଏହି ସମୟ​‌ରେ ପାଟ୍ରୋଲିଂ ଟିମ ଗୋଡ଼ାଇ ଧରିଥିଲେ। ସେମାନଙ୍କ ପାଖରୁ ୫୨ ଗ୍ରାମ ଧଳା ଜହର ଜବତ କରାଯିବା ସହ  ସେମାନେ ବ୍ୟବହାର କରୁଥିବା ବାଇକ ଜବତ କରା ଯାଇଛି। ଧଳା ଜହର  ଆନୁମାନିକ ମୂଲ୍ୟ ୫ ଲକ୍ଷରୁ ଅଧିକା  ଟଙ୍କା ରହିଛି। ଗିରଫ ଅଭିଯୁକ୍ତମାନଙ୍କ  ମଧ୍ୟରୁ ୨ ଜଣ ଟାଉନ  ଥାନା ଯାଜପୁର ଅଞ୍ଚଳର  ହୋଇଥିବା ବେଳେ ଜଣେ ଭଦ୍ରକ ଅଞ୍ଚଳର ବୋଲି ଜଣାପଡିଛି।