ପ୍ରମୂଖ ଖବର
  • ସିବିଏସ୍‌ଇର ନୂଆ ନିୟମ, ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ, ୨୦୨୬-୨୭ ଶିକ୍ଷାବର୍ଷରୁ ହେବ କାର୍ଯ୍ୟକାରୀ
  • ||
  • ମୋହନା ଥାନା କୁଙ୍କୁଣୀ ଗାଁରେ ଚାଞ୍ଚଲ୍ୟ, ସ୍ତ୍ରୀକୁ କାତିରେ ହାଣି ମାରିଲା ସ୍ୱାମୀ, ଅଭିଯୁକ୍ତ ଥାନାରେ ଅଟକ
  • ||
  • ଆମେରିକା ଉପରେ ପାଲଟା ଟାରିଫ ଲଗାଇପାରେ ଭାରତ, କିଛି ସାମଗ୍ରୀ ଉପରେ ଲାଗୁ ହୋଇପାରେ ୫୦% ଶୁଳ୍କ
  • ||
  • ରାଇଘର ନର୍ସିଂ ଛାତ୍ରୀ ମୃତ୍ୟୁ ଘଟଣା, ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ୧୨ ଘଣ୍ଟିଆ ହରତାଳ
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍‌, ଆଜିଠୁ ୨ ଦିନିଆ ରିମାଣ୍ଡରେ ୨ ଅଭିଯୁକ୍ତ
  • ||
  • ଆଜି ଆରବସାଗରରେ ଭାରତ-ପାକିସ୍ତାନର ସମରାଭ୍ୟାସ, ଦୁଇ ଦେଶର ନୌସେନା ଦେଖାଇବେ ଶକ୍ତି
  • ||
  • ୧୩ରେ ଲଘୁଚାପ, କାଲିଠୁ ବଡ଼ ବର୍ଷା: ତିନି ଦିନ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆଲର୍ଟ ଜାରି
  • ||

୫୯୨ ଲିଟର ଦେଶୀ ମଦ ଜବତ, ଦୁଇ ଗିରଫ

Published By : Rasmita Pradhan | July 31, 2025 11:06 AM

ମୋରଡ଼ା, ୩୧/୦୮ : ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକର ବିଭିନ୍ନ ଅଞ୍ଚଳରେ ଅବକାରୀ ବିଭାଗର ଚଢାଉ। ୫୯୨ ଲିଟର ଦେଶୀ ମଦ ଜବତ କରିବା ସହ ୮୦୫୦ ଲିଟର ମହୁଲ ପୋଚ ନଷ୍ଟ କଲା ପୁଲିସ। ଏହା ସହ ଚୋରା ମଦ କାରବାର ଅଭିଯୋଗରେ ୨ ଜଣ ଗିରଫ ହୋଇଛନ୍ତି। 

ସୂଚନାନୁଯାୟୀ, ଶୁଳିଆପଦା ବ୍ଲକର ବିଭିନ୍ନ ଅଞ୍ଚଳରେ ଚୋରା ମଦ କାରବାର ଚାଲୁଥିବା ନେଇ ଅଭିଯୋଗ ହୋଇଥିଲା। ଏହାପରେ ଜିଲ୍ଲା ଅବକାରୀ ଅଧିକାରୀ ପ୍ରଶାନ୍ତ କୁମାର କାହଁରଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ୍ କୁଣ୍ଢିହାଶୋଳ, ଗେଣ୍ଡାଖାଳ, ମଣ୍ଡା, ଦୁବୁଲାବେଡା, ତୁମୁଡି ଅଞ୍ଚଳରେ ଥିବା ମଦ ଭାଟି ଉପରେ ଚଢାଉ କରିଥିଲା। ଚଢାଉ ବେଳେ ୫୯୨ ଲିଟର ଦେଶୀ ମଦ ଜବତ ହେବା ସହ ୮୦୫୦ ଲିଟର ମହୁଲ ପୋଚ ନଷ୍ଟ କରାଯାଇଛି। ଚୋରା ମଦ କାରବାର ଅଭିଯୋଗରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ୨ ଜଣ ହେଲେ କୁଣ୍ଢିହାଶୋଳର ବୀଣାପାଣି ହେମ୍ବ୍ରମ ଏବଂ ତୁମୁଡିର ଦୁଲି ସିଂ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.