ପ୍ରମୂଖ ଖବର
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

୬ ସାଇବର ଠକ ଗିରଫ, ନଗଦ ୪ଲକ୍ଷ ଟଙ୍କା ଜବତ

Published By : Gurupada Nath | May 4, 2025 8:24 PM

କଟକ,୪/୫ : ସ୍ୱଳ୍ପ ନିବେଶ ଅଧିକ ଲାଭ ଲୋଭରେ ସାଇବର ଠକେଇ । ଜଣେ ଏଲଆଇସି ଅଧିକାରୀଙ୍କୁ ସାଇବର ଠକମାନେ ଠକେଇ କରିବା ଅଭିଯୋଗରେ କକଟ ସାଇବର ଥାନା ପୋଲିସ ୬ ଜଣ ସାଇବର ଠକଙ୍କୁ ଗିରଫ କରିଛି । ଠକଙ୍କଠାରୁ ନଗଦ ଚାରି ଲକ୍ଷ ଟଙ୍କା ନଗଦ ଜବତ ହୋଇଥିବାବେଳେ ୭ ଲକ୍ଷ ଟଙ୍କା ଫ୍ରିଜ୍ କରାଯାଇଛି । ସମସ୍ତ ଠକଙ୍କ ଘର ବଲାଙ୍ଗୀରର ପାଟଣାଗଡ ଅଞ୍ଚଳରେ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କଟକ ଡିସିପି। ଠକଙ୍କ ଠାରୁ ମୋବାଇଲ ଓ ବିଭିନ୍ନ ବ୍ୟାଙ୍କର ୧୬ଟି ପାସ୍ ବୁକ ଓ ଚେକ୍ ବୁକ୍ ସହ ୧୬ଟି ଏଟିଏମ ଜବତ କରାଯାଇଛି । 

ଜଣେ ଏଲଆଇସି ଅଧିକାରୀଙ୍କଠାରୁ ଅନଲାଇନ୍ ଟ୍ରେଡିଂରେ ଏହି ସାଇବର ଠକ ଏକ ଆପ୍ ଜରିଆରେ ବିଭିନ୍ନ ସମୟରେ ୮୦ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଠକେଇ ହୋଇଥିବା ନେଇ ଅଭିଯୋଗ କରିଥିଲେ। ଏ ନେଇ ଗତ ଏପ୍ରିଲ ୨୪ତାରିଖରେ ସାଇବର ଥାନାରେ ଏତଲା ଦେଇଥିଲେ। ସାଇବର ଠକମାନେ ୮ ଫେବୃଆରୀରୁ ୧୨ ଏପ୍ରିଲ ମଧ୍ୟ ରେ ଠକେଇ କରୁଥିବା ନେଇ ଅଭିଯୋଗ କରିଥିଲେ । କଟକ ସାଇବର ଥାନା ପୋଲିସ ମାମଲା ରୁଜୁ କରି ବିଭିନ୍ନ ପ୍ରକାର ତଦନ୍ତ କରି ବଲାଙ୍ଗିରରୁ ଏହି ଠକଙ୍କୁ ଗିରଫ କରିଛି । ତେବେ ଲୋଭର ଶିକାର ହୋଇ ମୋବାଇଲକୁ ବିଭିନ୍ନ ସମୟରେ ଆସୁଥିବା ମେସେଜ ବା ଆପରେ ଆସୁଥିବା ବିଭିନ୍ନ ମେସେଜକୁ କ୍ଲିକ୍ ନ କରନ୍ତୁ । କାରଣ ଏଭଳି ସାଇବର ଠକମାନେ ଲୁଟ୍ କରୁଛନ୍ତି ତେଣୁ ସମସ୍ତେ ସତର୍କ ରହିବାକୁ ଅପିଲ କରିଛନ୍ତି କଟକ ଡିସିପି । ତେବେ ଏହି ଘଟଣାର ଚେର ଆଉ କେଉଁଠିକି ଲମ୍ବିଛି ସେ ନେଇ ଅଧିକ ତଦନ୍ତ ଚାଲିଥିବା କହିଛନ୍ତି କଟକ ଡିସିପି ଋଷିକେଶ ଖିଲାରି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.