ପ୍ରମୂଖ ଖବର
  • ପୁରୀରେ କାଳବୈଶାଖୀ ପ୍ରଭାବ: ଭୁଶୁଡ଼ି ପଡ଼ିଲା କମାରଶାଳ
  • ||
  • ପ୍ରକାଶ ପାଇଲା ICSE ଦଶମ ଏବଂ ISC ଦ୍ୱାଦଶ ପରୀକ୍ଷା ଫଳାଫଳ, ଜାଣନ୍ତୁ କେମିତି ଚେକ୍‌ କରିବେ ରେଜଲ୍ଟ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||
  • ଅକ୍ଷୟ ତୃତୀୟରେ ଚାଷୀଙ୍କୁ ମିଳିଲା ସିଏମ୍‌ କିଷାନ ଟଙ୍କା, ୧୦୨୫ କୋଟି ଟଙ୍କା ବାଣ୍ଟିଲେ ସରକାର
  • ||
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ଗରିଆପାଲି ଗ୍ରାମ୍ୟ ଜଙ୍ଗଲରୁ ଦନ୍ତା ହାତୀର ମୃତଦେହ ମିଳିବା ଘଟଣା, ୬ ଶିକାରୀ ଗିରଫ

Published By : Prameya | February 21, 2025 1:45 PM

ରିଆମାଳ, ୨୧/୦୨ : ଦେବଗଡ଼ ଜିଲ୍ଲା ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ଗରିଆପାଲି ଗ୍ରାମ୍ୟ ଜଙ୍ଗଲରୁ ଦନ୍ତା ହାତୀର ମୃତଦେହ ମିଳିବା ଘଟଣା। ବନବିଭାଗର ବଡ଼ କାର୍ଯ୍ୟାନୁଷ୍ଠାନ। ୬ ଶିକାରୀଙ୍କୁ ଗିରଫ କଲା ବନ ବିଭାଗ। ସେମାନଙ୍କ ନିକଟରୁ ଶିକାର ପାଇଁ ବ୍ୟବହୃତ ହୋଉଥିବା ବିଦ୍ୟୁତ ତାର, ବୋତଲ, କାଠି ଆଦି ଜବତ ହୋଇଛି। 

ସୂଚନାନୁଯାୟୀ, ମଙ୍ଗଳବାର ଦିନ ରିଆମାଳ ରେଞ୍ଜ କୁଣ୍ଢେଇଗୋଳା ସେକ୍ସନ ଅନ୍ତର୍ଗତ ସୁରଙ୍ଗିପାଳ ତାରିଣୀ ମନ୍ଦିର ନିକଟରୁ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଥିଲା। ଡିଏଫଓ ମଗର ଧାନାଜୀ ରାଓସୋଙ୍କ ନିର୍ଦ୍ଦେଶରେ ୫ଟି ଟିମ୍ ଗଠନ କରାଯାଇ ଏହାର ତଦନ୍ତ ଆରମ୍ଭ ହୋଇଥିଲା। ଏହି ଘଟଣାରେ ବନ ବିଭାଗ ୬ ଜଣ ଶିକାରୀଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ବୁଢାପାଳ ଗ୍ରାମର ପାଣ୍ଡବ ମାହାର, ସୁରଙ୍ଗିପାଳ ଗ୍ରାମର ନବୀନ ମାହାର, ଦେଓଝରଣ ଗ୍ରାମର ସୁନି ମାହାର, ତିଳେଇପଶି ଗ୍ରାମର ଗଦାଧର ମାହାର, ସୁରଙ୍ଗିପାଳ ଗ୍ରାମର ସୁଶାନ୍ତ ମାହାର ଓ ବୁଢ଼ାପାଳ ଗ୍ରାମର କୃଷ୍ଣଚନ୍ଦ୍ର ପ୍ରଧାନ। 

ବାରହା ଶିକାର ପାଇଁ ଅଭିଯୁକ୍ତମାନେ ଜାଲ ବିଛାଇଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଦନ୍ତା ହାତୀର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଦନ୍ତା ହାତୀର ପାଟିରେ କ୍ଷତ ଚିହ୍ନ ଥିବାରୁ କେଉଁ କାରଣ ପାଇଁ ମୃତ୍ୟୁ ହେଲା ସେନେଇ ତଦନ୍ତ ଚଳାଇଛି।  

ଏହି ଖବରଟିକୁ ପଢନ୍ତୁ- କନ୍ଧମାଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ଜଣେ ଗିରଫ


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.