ଧରାକୋଟ , ୩୦।୬ : ଆସିକା – ସୋରଡ଼ା ରାସ୍ତାର ଧରାକୋଟ ଥାନା ଅନ୍ତର୍ଗତ ରେଡି ଦାମୋଦରପଲ୍ଲୀ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଅଟୋକୁ ଟ୍ରକ ଧକ୍କା ଦେବାରୁ ୬ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ମହିଳାଙ୍କ ହାତ କଟିଯାଇଛି।
ବ୍ରହ୍ମପୁର ରୁ ସୋରଡ଼ା ନିକଟସ୍ଥ ନୂଆଗଡକୁ ଏକ ଅଟୋରେ ଡ୍ରାଇଭର ବିଦ୍ୟାଧର ଲେଙ୍କାଙ୍କ ସହ ମାମାଲି ପଟ୍ଟନାୟକ, ହରିହର ପଟ୍ଟନାୟକ, ସବିତା ପଟ୍ଟନାୟକ, ସୁନି (ସୁପ୍ରିୟା) ପଟ୍ଟନାୟକ ଓ ସୋମନାଥ ପଟ୍ଟନାୟକ ପ୍ରମୁଖ ଯାଉଥିଲେ। ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା l ଫଳରେ ଅଟୋରେ ବସିଥିବା ସୁନି (ସୁପ୍ରିୟା) ପଟ୍ଟନାୟକଙ୍କ ହାତ କଟିଯାଇଥିବା ବେଳେ ଅନ୍ୟମାନଙ୍କ ଅବସ୍ଥା ସଂକଟlପର୍ଣ୍ଣ ରହିଛି l ସମସ୍ତଙ୍କୁ ପ୍ରଥମେ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା l ଗୁରୁତର ହେବାରୁ ସମସ୍ତଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଛି l
ଆହୁରି ପଢନ୍ତୁ : ସିବିଆଇ ପରିଚୟ ଦେଇ ୧୪ ଲକ୍ଷ ଟଙ୍କା ଠକେଇ, ୨ ଗିରଫ