ବ୍ରଜରାଜନଗର,୯/୮ : ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଓପିଏମ ସ୍କୁଲ ପଡ଼ିଆରୁ ଏକ ୬ଜଣିଆ ଡ୍ରଗ୍ସ ଚାଲାଣକାରୀ ଗ୍ୟାଙ୍ଗକୁ ଗିରଫ କରିଛି ପୋଲିସ l ସେମାନଙ୍କ ନିକଟରୁ ୩୨ଗ୍ରାମ ବ୍ରାଉନସୁଗର, ପେଣ୍ଟା ଯୋନିକ ଲେକଟେକ ଇଞ୍ଜେକେସନ, ୫ଟି ଡିସ୍ପୋଭେନ ସିରିଞ୍ଜ, ୧୫ଷ୍ଟ୍ରିପ ନାଇଟ୍ରାଯେପାମ ଟେବଲେଟ ଏବଂ ୨ହଜାର ଟଙ୍କା ଜବତ କରିଛି ପୋଲିସ l ଜବତ ନିଶା ଦ୍ରବ୍ୟର ମୂଲ୍ୟ ୧୦ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ବୋଲି ପୋଲିସ ସୂଚନା ଦେଇଛି l ଗିରଫ ଅଭିଯୁକ୍ତମାନେ ବ୍ରଜରାଜନଗର ଥାନା ଅଂଚଳର ବିଜୟ ଅଗ୍ରୱାଲ, ବିଜୟ ସାହା, ଉମେଶ ଚୌହାନ, ପୁସ୍ତୋମ ବାନଛୋର, କରନ କଲେତ, ଅମିତ ଷଣ୍ଢ l
ଅଭିଯୁକ୍ତମାନେ ଯୁବ ଗୋଷ୍ଠୀଙ୍କୁ ଟାର୍ଗେଟ କରି ଏହି ନିଶା ଦ୍ରବ୍ୟ କରବାର କରୁଥିଲେ l ତେବେ ଏହି ନିଶା ଦ୍ରବ୍ୟ ଚାଲାଣ କରିବା ପୂର୍ବରୁ ବ୍ରଜରାଜନଗର ଓପିଏମ ସ୍କୁଲ ପଡ଼ିଆରେ ଅଭିଯୁକ୍ତମାନେ ପେକିଙ୍ଗ କରୁଥିବା ସମୟରେ ପୋଲିସ ଚଢଉ କରି ଅଭିଯୁକ୍ତମାନଂକୁ ଗିରଫ କରିଛି l ଅଭିଯୁକ୍ତମାନଂକୁ ଗିରଫ କରିବା ସହ ସେମାନଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ l