ଉଦଳା, ୧୫/୧୦ମୟୂରଭଞ୍ଜ ପୁଲିସର ଟାର୍ଗେଟରେ ମାଫିଆ । ଅନନ୍ତପୁର ଅଞ୍ଚଳରେ ଗଳା ବାଟ ଦେଇ ମୋରମ ଚୋରା ଚାଲାଣ ବେଳେ ମାଫିଆଙ୍କୁ ମାଡ଼ି ବସିଲା ପୁଲିସ। ୬ଟି ମୋରମ ବୋଝେଇ ଟ୍ରାକ୍ଟର ଜବତ ସହ ୬ ଡ୍ରାଇଭରଙ୍କୁ ଅଟକ ରଖିଛି ପୁଲିସ। ଅଟକ ଡ୍ରାଇଭର ହେଲେ ବୃନ୍ଦାବନ ଟୁଡୁ, ଭାନୁ ପ୍ରତାପ ସିଂ,ବାପୁନ ପାତ୍ର, ଗୁନାରାମ ଟୁଡୁ, ତପୁ ପାଲ ଏବଂ ଗୁଣ ନାଏକ। 

yjy​​​​​​​

ସୂଚନା ମୁତାବକ, ଉଦଳା ଥାନା ପଥୁରିଆ ଅଞ୍ଚଳରେ ଚୋରା ମୋରମ ଖାଦାନରୁ ମୋରମ ଚାଲାଣ ହେଉଥିବା ନେଇ ଉଦଳା ପୁଲିସକୁ ସୂଚନା ମିଳିଥିଲା । ଖବର ପାଇ ପୁଲିସ ଅନନ୍ତପୁର ଅଞ୍ଚଳରେ ଚଢ଼ାଉ କରିଥିଲା । ମାଫିଆମାନେ ମୋରମ ନେଇ ଯାଉଥିବା ୬ଟି ଟ୍ରାକ୍ଟର ହାବୁଡ଼ରେ ପଡିଥିଲେ। ପୁଲିସ ସମସ୍ତ ମୋରମ ବୋଝେଇ ଟ୍ରାକ୍ଟରକୁ ଜବତ କରିବା ସହିତ ସମସ୍ତ ଟ୍ରାକ୍ଟରର ଡ୍ରାଇଭରଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ଏହି ଚଢ଼ାଉ ପରେ ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ​​​​​​​