ପ୍ରମୂଖ ଖବର
  • ଶ୍ରୀମନ୍ଦିରରେ ପୂଜା ହେଲା ଆଇପିଏଲ୍‌ ଟ୍ରଫି, ବିଜୟୀ ହେବାକୁ 'କୋଲକତା ନାଇଟ୍ ରାଇଡର୍ସ'ର ପ୍ରାର୍ଥନା
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଡ଼ ମହାସ୍ନାନ, ବେହେରଣ ଦ୍ୱାର ନିକଟରେ ପଡିଥିଲା ରକ୍ତ ଛିଟା
  • ||
  • ବାଲେଶ୍ୱର : ଘରେ ପଶି ଅଙ୍ଗନବାଡ଼ି କର୍ମୀଙ୍କୁ ହାଣିଲେ ଦୁର୍ବୃତ୍ତ, ପୋଲିସର ତଦନ୍ତ ଆରମ୍ଭ
  • ||
  • ନୂଆଦିଲ୍ଲୀ ରେଳଷ୍ଟେସନ ଦଳାଚକଟା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଅଶ୍ୱିନୀ
  • ||
  • ନୂଆଦିଲ୍ଲୀ ରେଳଷ୍ଟେସନ ଦଳାଚକଟା ଘଟଣା, ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି, ଶୋକବ୍ୟକ୍ତ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
  • ||
  • ଓଡ଼ିଶା ଅର୍ଥନୈତିକ ସର୍ଭେ ରିପୋର୍ଟ: ଚଳିତ ବର୍ଷ ଅଭିବୃଦ୍ଧି ୭.୨%କୁ ହ୍ରାସ, ଆଗାମୀ ବର୍ଷ ୮.୫% ହାରରେ ବଢ଼ିବ
  • ||
  • କଟକ : ଷ୍ଟ୍ରିଟ୍‌ ଲାଇଟ୍‌ ଖୁଣ୍ଟରୁ ଯୁବକଙ୍କୁ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଗରମରୁ ମିଳିବ ସାମାନ୍ୟ ଆଶ୍ୱସ୍ତି: ଆସନ୍ତା ୧୯ରୁ ୨୧ ଯାଏ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଘର ସାମ୍ନାରେ ଯୁବକଙ୍କୁ ହତ୍ୟା ଘଟଣା: ୬ ଜଣଙ୍କୁ ବାନ୍ଧିଲା ପୋଲିସ

Published By : Harapriya Sethi | January 23, 2025 12:25 PM

ବୌଦ୍ଧ,୨୩/୦୧: ନୂଆପାଲି ଗ୍ରାମର ଯୁବକ ଶ୍ରୀଧର ବେହେରାଙ୍କୁ ହତ୍ୟା ଘଟଣା । ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ଆଦର୍ଶ ଥାନା ପୋଲିସ । ଜାନୁଆରୀ ୨୦ ତାରିଖ ବିଳମ୍ବିତ ରାତିରେ ଶ୍ରୀଧରଙ୍କ ଘର ସାମ୍ନାରେ ହତ୍ୟାକାଣ୍ଡ ହୋଇଥିଲା । ଏହି ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ଭୁକ୍ତାପଡ଼ା ଗ୍ରାମର ବିଶ୍ଵାମିତ୍ର ବାଦି ଓ ନୂଆପାଲି ଗ୍ରାମର ସୁବାସ ଦୀପ, ବିଭୀଷଣ ଦୀପ, ସୁରେଶ ଦୀପ, ଲକ୍ଷ୍ମଣ ଦୀପ ଓ ହର୍ଷ ଦୀପ ବୋଲି ଜଣାପଡ଼ିଛି । ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ବେଳେ ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ମଧ୍ୟ ଜବତ କରାଯାଇଛି । ବୌଦ୍ଧ ଆଦର୍ଶ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ନୂଆପାଲି ଗ୍ରାମରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ଚଳିତ ମାସ ଅର୍ଥାତ ଜାନୁଆରୀ ୨୦ ତାରିଖ ବିଳମ୍ବିତ ରାତି ପ୍ରାୟ ୧୨ଟା ବେଳେ ବୌଦ୍ଧ ଥାନା ନୁଆପାଲି ଗ୍ରାମରେ ପୁର୍ବ ଶତ୍ରୁତାକୁ ନେଇ ଶ୍ରୀଧର ବେହେରା ନାମକ ଜଣେ ଯୁବକଙ୍କୁ ତାଙ୍କ ଘର ସାମ୍ନାରେ ଗାଁର ଅନ୍ୟ ଏକ ପରିବାରର ସଦସ୍ୟ ମାନେ ଟାଙ୍ଗିଆରେ ସଂଘବଦ୍ଧ ଆକ୍ରମଣ କରିଥିଲେ । ଏଥିରେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ବୌଦ୍ଧ ଆଦର୍ଶ ଥାନା ପୋଲିସ ନୂଆପାଲି ଗ୍ରାମରେ ପହଞ୍ଚି ତଦନ୍ତ କରିଥିବା ବେଳେ ହତ୍ୟା ସନ୍ଦେହରେ ୪ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରିଥିଲେ । ପଚରାଉଚରା କରିବାରୁ ଆଉ ଦୁଇ ଜଣ ଏହି ହତ୍ୟାକାଣ୍ଡରେ ସାମିଲ ଥିବା ଜାଣିବାକୁ ପାଇ ସେମାନଙ୍କୁ ମଧ୍ୟ ଗିରଫ କରାଯାଇଛି । ତେବେ ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.