ଜମ୍ମୁ : ଜମ୍ମୁ-କାଶ୍ମୀରର ରାଜୌରୀ ଜିଲ୍ଲାରେ ନିୟନ୍ତ୍ରଣ ରେଖା (ଏଲଓସି)ର ନିକଟରେ ହୋଇଛି ଧମାକା। ଏଠାରେ ଥିବା ଏକ ଗାଁରେ ମଙ୍ଗଳବାର ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ହେବାରୁ ସେନା ଅତି କମ୍‌ରେ ୬ଜଣ ଯବାନ ଆହତ ହୋଇଛନ୍ତି। ଅଧିକାରୀମାନ କହିଛନ୍ତି କି ,ସକାଳ ସମୟରେ ଯେବେ ଯବାନ ଗସ୍ତରେ ଥିଲେ, ଏହି ସମୟରେ ସକାଳ ପାଖାପାଖି ୧୦ଟା୪୫ ମିନିଟ୍‌ରେ ନୌଶେରା ସେକ୍ଟରରେ ଖମ୍ୱା ଫୋର୍ଟ ପାଖରେ, ଜଣେ ଯବାନଙ୍କର ଗୋଡ଼ ଭୁଲ୍‌ରେ ବାରୁଦ ସୁଡ଼ଙ୍ଗ (ଲ୍ୟାଣ୍ଡମାଇନ) ଉପରେ  ପଡ଼ି ଯାଇଥିଲା। ଏହି କାରଣରୁ ଏଥିରେ ବିସ୍ଫୋରଣ ହୋଇଥିଲା। ସେ କହିଛନ୍ତି କି ଆହତଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଛି , ତାଙ୍କର ସ୍ଥିତି ସ୍ଥିର ଥିବା କୁହାଯାଉଛି।


ଅଧିକାରୀମାନେ କହିଛନ୍ତି କି, ଅନୁପ୍ରବେଶକୁ ରୋକିବା ପାଇଁ ନିୟନ୍ତ୍ରଣ ରେଖା ପାଖର ଅଗ୍ରିମ ଅଞ୍ଚଳରେ ଲ୍ୟାଣ୍ଡମାଇନ ବିଛାଇ ରଖା ଯାଇଛି, ଯାହା କେବେ କେବେ  ବର୍ଷା କାରଣରୁ ବହି ଯାଇଥାଏ , ଆଉ ଏହିପରି ଦୁର୍ଘଟଣା ମାନ ଘଟିଥାଏ ।