ମୁମ୍ବାଇ,୨୮/୮ : କ୍ରିକେଟରେ କେବେ ବି କିଛି ହୋଇପାରେ । କୌଣସି ଟିମ୍ ପରାଜୟର ବାଜିକୁ ଓଲଟାଇ ମ୍ୟାଚ୍ ଜିତିପାରେ । ସେହିଭଳି ଆମେ ଗୋଟିଏ ଓଭରରେ ୬ବଲରେ ୬ଛକ୍କା ଲଗାଇଥିବାର ଦେଖିଛେ, କ’ଣ ଆପଣ ଏଭଳି ଏକ ବୋଲରର ନାଁ ଜାଣିଛନ୍ତି ଯିଏ ୬ବଲରେ ୬ଓ୍ବିକେଟ ନେଇଛନ୍ତି । ଆଜ୍ଞା ହଁ ଏଭଳି ବି ହୋଇଛି ୬ ବଲରେ ୬ ଓ୍ବିକେଟ ନେଇଛନ୍ତି । କ୍ରିକେଟ ଇତିହାସରେ ଏଭଳି କରିବା ଖେଳାଳୀ ଭାରତୀୟ ବଂଶୋଦ୍ଭବର ବୋଲର ଅଟନ୍ତି ଏବଂ ଏହି ବୋଲରଙ୍କ ନାଁ ହର୍ଷିତ ସେଠ ଅଟନ୍ତି । ଯିଏ ୟୁଏଇ ଲାଗି ଖେଳିଥାନ୍ତି ।

ଭାରତୀୟ ବଂଶୋଦ୍ଭବର ଏହି ବୋଲର ହର୍ଷିତ ସେଠ ୟୁଏଇ ଅମାନରେ କାରବାନ ଅଣ୍ଡର-୧୯ ଗ୍ଲୋବାଲ ଟି-୨୦ ଲିଗରେ ୬ବଲରେ ଲଗାତର ଭାବେ ୬ଓ୍ବିକେଟ ନେଇଛନ୍ତି । ଏହି କଥା ୨୦୨୧ର ଅଟେ ଯେତେବେଳେ ଏହି ଲିଗରେ ୟୁଏଇର ଡିସିସି ଷ୍ଟାରେଟ୍ସ ଏବଂ ପାକିସ୍ତାନର ହାଇଦ୍ରାବାଦ ହକ୍ସ ମଧ୍ୟ‌ରେ ମ୍ୟାଚ୍ ଚାଲୁଥିଲା । ଡିସିସି ଷ୍ଟାରେଟ୍ସ ଏହି ଟି-୨୦ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୬ ଓ୍ବିକେଟ ବିନିମୟରେ ୧୩୭ରନ୍ କରିଥିଲା । 

ମ୍ୟାଚରେ ଯେତେବେଳେ ଡିସିସି ଷ୍ଟାରେଟ୍ସର ଟିମ୍ ହାଇଦ୍ରାବାଦ ହକ୍ସ ବିପକ୍ଷରେ ବୋଲିଂ କରିବାକୁ ଆସିଥିଲା ସେତେବେଳେ ୧୨ରନ୍ ପର୍ଯ୍ୟନ୍ତ ପହଞ୍ଚିବା ଯାଏଁ କୌଣସି ଓ୍ବିକେଟ ଯାଇନଥିଲା । କିନ୍ତୁ ଯେଭଳି ସ୍ପିନ ବୋଲର ହର୍ଷିତ ସେଠ ଯେତେବେଳେ ବୋଲିଂ କରିବାକୁ ଆସିଲେ ସେ ସ୍କୋରବୋର୍ଡ଼କୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେଇଥିଲେ ଏବଂ ଏହି ମ୍ୟାଚରେ ମୋଟ ୮ଓ୍ବିକେଟ ନେଇଛନ୍ତି ।

ହର୍ଷିତ ସେଠ ଯେତେବେଳେ ଏହି ମ୍ୟାଚରେ ପ୍ରଥମ ଓଭର ନେଇ ଆସିଥିଲେ ସେତେବେଳେ ଏହି ଓଭରର ଶେଷ ୪ବଲରେ ଏହି ବୋଲର ୪ଓ୍ବିକେଟ ନେଇଥିଲେ । ସେହିଭଳି ଯେତେବେଳେ ହର୍ଷିତ ଦ୍ବିତୀୟ ଓଭର ନେଇ ଆସିଥିଲେ ସେତେବେଳେ ଆଗାମୀ ଓଭରର ଆରମ୍ଭ ଦୁଇ ବଲରେ ହିଁ ଦୁଇଟି ଓ୍ବିକେଟ ଆହୁରି ନେଇଥିଲେ । ଏହିଭଳି ଭାବେ ହର୍ଷିତ ସେଠ ୬ବଲରେ ଲଗାତର ୬ଓ୍ବିକେଟ ନେଇ ଡବଲ ହାଟ୍ରିକ ପୂରା କରିଛନ୍ତି । ହଷିତ ନିଜର ଏହି କାର୍ଯ୍ୟର ଭିଡ଼ିଓ ନିଜ ଇଷ୍ଟାଗ୍ରାମ ଆକାଉଣ୍ଟରେ ବି ସେୟାର କରିଛନ୍ତି ।