ଫିରିଙ୍ଗିଆ ୧୧/୩ : ଗାଡିଆପଡ଼ା ଘାଟିରେ ଜିଲା ଅବକାରୀ ପୋଲିସ   ଗାଡି ଯାଞ୍ଚ ବେଳେ ୬୦ କିଲୋ ଗଞ୍ଜେଇ ସହ ୨ଟି କାର ଜବତ କରିଛି। ଏଥିସହ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ୨ ଜଣ ହେଲେ କଟକ ଜିଲ୍ଲା ଆଠଗଡ଼  ଅଞ୍ଚଳର  ଅରୁଣ କୁମାର ସାହୁ ଏବଂ ଫିରିଙ୍ଗିଆ ଭୂରୁଙ୍ଗି ଯୋଡ଼ି ଗ୍ରାମର ଅନନ୍ତ କୁମାର କହଁର।

 ଏକ କାରରେ ( ନଂ .ଓଡ଼ି ୦୫ ଏସ ୪୧୭୩)  ଫୁଲବାଣୀରୁ ଭୁବନେଶ୍ୱର କୁ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା।   ଖଜୁରିପଡା ଗାଡିଆ ପଡ଼ା ଘାଟି ନିକଟରେ ଉକ୍ତ ଗାଡ଼ିକୁ ଅବକାରୀ ପୋଲିସ ଯାଞ୍ଚ କରିଥିଲା। ଗାଡିରୁ ୬୦ କିଲୋ  ଗଞ୍ଜେଇ ଅବକାରୀ ବିଭାଗ ଜବତ କରିଥିଲା । ଏହି ସମୟରେ ଗାଡ଼ିରେ ଥିବା  ଜଣେ ବ୍ୟକ୍ତି ଫେରାର ହୋଇଯାଇଥିଲା।  ଗଞ୍ଜେଇ ଭର୍ତ୍ତି ଗାଡ଼ିକୁ ସୁରକ୍ଷା ଦେବା ପାଇଁ ଯାଉଥିବା ଗାଡ଼ି (ଓଡ଼ି ୦୨ ସିକିଉ ୮୦୦୫)କୁ ମଧ୍ୟ ଅବକାରୀ ପୋଲିସ ଜବତ କରିଛି । କଟକ ଆଠଗଡ଼  ଅଞ୍ଚଳର ଅରୁଣ କୁମାର ସାହୁ ଏବଂ ଫିରିଙ୍ଗିଆ ଭୂରୁଙ୍ଗି ଯୋଡ଼ି ଅନନ୍ତ କୁମାର କହଁରଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।