ଫିରିଙ୍ଗିଆ,୨୪/୧୦ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପାହିରାଜୁ ପଞ୍ଚାୟତ ତିଲକାପାଙ୍ଗା ଗ୍ରାମର ୬୨ବର୍ଷିୟ ବୃଦ୍ଧ ଭତ୍ତା ପାଇବାରୁ ବଞ୍ଚିତ। ବୃଦ୍ଧ ଜଣଙ୍କ ହେଲେ ବାସ କହଁର । ଦୀର୍ଘ ଦୁଇ ବର୍ଷ ହେବ ଭତ୍ତା ପାଇବା ପାଇଁ ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡ଼ ଦୌଡ଼ି ଶେଷରେ ନିରାଶ ହୋଇଛନ୍ତି । ତିଲକାପାଙ୍ଗା ଗ୍ରାମର ଅସହାୟ ଗରିବ ଶ୍ରେଣୀର ବୃଦ୍ଧ ବାସ କହଁର ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ବିଧବା ଭତ୍ତା ହେଉ କିମ୍ବା ବାର୍ଦ୍ଧକ୍ୟ ଭତ୍ତା ହେଉ ଅନେକ ଭତ୍ତା ପାଉଥିବାବେଳେ ୬୨ବର୍ଷର ବୃଦ୍ଧାଙ୍କ ପ୍ରତି ଏ ପର୍ଯ୍ୟନ୍ତ କାହିଁକି ପ୍ରଶାସନର ଦୃଷ୍ଟି ପଡ଼ି ନାହିଁ ଏହା ଏକ ପ୍ରଶ୍ନବାଚି ସୃଷ୍ଟି ହେଇଛି । ଏଣୁ ବୃଦ୍ଧାଙ୍କ ପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଏହି ଗରିବ ଅସହାୟ ବୃଦ୍ଧଙ୍କୁ ତୁରନ୍ତ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରିବା ଲାଗି ଦାବି ହୋଇଛି ।