ଭୁବନେଶ୍ୱର,୨୩/୧୨ : ଚଳିତ ମାସ ୨୦ତାରିଖରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଚଢ଼ଉ ଅଭିଯାନର ତୃତୀୟ ଦିନ ଅର୍ଥାତ ଚଳିତ ଡିସେମ୍ବର ୨୨ରେ ଅବକାରୀ ବିଭାଗ ପକ୍ଷରୁ ୨୧୧ଟି ମାମଲା ରୁଜୁ ହେବା ସହ ୬୨.୦୩ଲକ୍ଷ ଟଙ୍କା ମୂଲ୍ୟର ବେଆଇନ ସାମଗ୍ରୀ ଜବତ ହୋଇଛି ।
ସୂଚନା ଅନୁସାରେ, ଏହି ଅଭିଯାନ ସମୟରେ ୧୩୬ଜଣଙ୍କୁ ଗିରଫ କରାଯାଇଥିବାବେଳେ, NDPS Act.ରେ ଗୋଟିଏ ମାମଲା ରୁଜୁ ହୋଇଛି । ଏଥି ସହିତ ବେଆଇନ କାରବାରରେ ସଂପୃକ୍ତ ୧୬ଟି ଗାଡ଼ି ମଧ୍ୟ ଜବତ ହୋଇଛି । ଜବତ ସାମଗ୍ରୀ ମଧ୍ୟରେ ୮୨୬୦ଲିଟର ବେଆଇନ ଦେଶୀ ମଦ, ୨୯୨ଲିଟର duty-paid liquor, ୫୯୪୩୪ ଲିଟର ମହୁଲ ପୋଚ ଏବଂ ୧୨୫୦୦କିଲୋଗ୍ରାମ ଗୁଡ଼ ପୋଚ ରହିଛି । ନାର୍କୋଟିକ୍ସ ସାମଗ୍ରୀ ଭାବେ ୫କିଲୋଗ୍ରାମ ଗଞ୍ଜେଇ ମଧ୍ୟ ଜବତ ହୋଇଛି ।
ବେଆଇନ ତଥା ଅବୈଧ ମଦ ପ୍ରସ୍ତୁତି କେନ୍ଦ୍ରକୁ ଧ୍ୱଂସ କରିବା ଓ ନିଶା କାରବାର ନେଟୱର୍କକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଲକ୍ଷ୍ୟରେ ଏହି ଏହି ଚଢ଼ଉ ଅଭିଯାନ ଜାରି ରହିବ ବୋଲି ଚଢ଼ଉ କରି ଦଳ ପକ୍ଷରୁ ସୂଚନା ମିଳିଛି।