ସୁନ୍ଦରଗଡ଼,୧୫।୧୦(ଆ.ପ୍ର) : ସୁନ୍ଦରଗଡ ଟାଉନ ଥାନା ଅନ୍ତର୍ଗତ ଭବାନୀପୁର ଅଂଚଳରୁ ପୁଲିସ ୬୭.୫୦୦ କିଲୋ ଗଞେଇ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ବ୍ରାହ୍ମଣୀତରଙ୍ଗ ଥାନା ପୋଷାପାଲିଲତା ଗ୍ରାମର ଅଜିତ ଓରାମ (୨୫), କୁତ୍ରା ଥାନା ନୂଆପଡା କୋରୋଙ୍ଗା ଗ୍ରାମର ସଞୀବ ଖାଲକୋ (୩୩) ଓ ରେଶ୍ମା ଏକ୍କା (୨୪) । ଏଥିସହ ୩ ଟି କାର, ୨ଟି ବାଇକସହ ଅଭିଯୁକ୍ତଙ୍କ ଠାରୁ ମୋଟ ୧୦୫୪୦୦ ଟଙ୍କା ଓ ୪ଟି ମୋବାଇଲ ପୁଲିସ ଜବତ କରିଛି । ଅଭିଯୁକ୍ତମାନେ ସୋନପୁର ଏବଂ ବୌଦ୍ଧ ଅଂଚଳରୁ ଗଞ୍ଜେଇ ଆଣି ଭବାନୀପୁର ଅଂଚଳର ଏକ ଘରେ ଗଚ୍ଛିତ ରଖିବା ସହ ସୁନ୍ଦରଗଡ ଜିଲ୍ଲା ଏବଂ ପଡୋଶୀ ଜିଲ୍ଲା ଗୁଡିକୁ ଚାଲାଣ କରୁଥିଲେ ବୋଲି କହିଛନ୍ତି ।ଏକ ସମ୍ବାଦିକ ସମ୍ମିଳନୀ ଆରକ୍ଷୀ ଅଧୀକ୍ଷକ ଅମ୍ରିତାପାଲ କୌର ଏ ନେଇ ସୂଚନା ଦେଇଛନ୍ତି ।
ସୁନ୍ଦରଗଡ ଜିଲ୍ଲା ପୁଲିସ ଏପରି ନିଶା କାରବାର ବିରୋଧରେ ଶୂନ୍ୟ ସହନଶୀଳତାରେ କାମ କରୁଥିବା ଦର୍ଶାଇ ଏପରି ବେଆଇନ କାର୍ଯ୍ୟର ଦମନ ପାଇଁ ରାଜ୍ୟ ପୁଲିସ ପକ୍ଷରୁ ଅପରେସନ ପ୍ରହାର କାର୍ଯ୍ୟକାରୀ ହୋଇଥିବା ସୂଚନା ଦେଇଛନ୍ତି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶାନ୍ତା ନୂତନ ସାମଦ, ସଦର ଏସଡିପିଓ ନିର୍ମଳ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।