ତେଲେଙ୍ଗାନା,୦୧/୧୨: ତେଲେଙ୍ଗାନା ପୋଲିସକୁ ବଡ ସଫଳତା ମିଳିଛି । ତେଲେଙ୍ଗାନାରେ ବଡ ମାଓ ଅପରେସନ ସଫଳ ହୋଇଛି । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଟଳିଲେ ୭ ମାଓବାଦୀ । ତେଲେଙ୍ଗାନାର ମୁଲୁଗୁ ଜିଲ୍ଲା ଏତୁରଙ୍ଗାରମ ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ଯେଉଁଥିରେ ୭ ମାଓବାଦୀଙ୍କୁ ସଫା କରିଛି ପୋଲିସ । ଏ ନେଇ ମୁଲୁଗୁ ଏସପି ସବାରିଶ ସୂଚନା ଦେଇଛନ୍ତି ।

ମୁଲୁଗୁ ଜିଲ୍ଲା ଏଟୁରୁନଗରମ ଜଙ୍ଗଲରେ ନକ୍ସଲ ଓ ପୋଲିସ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଥିରେ ୭ ଜଣ ମାଓବାଦୀ ନିହତ ହୋଇଛନ୍ତି । ଏଥିରେ ୟେଲାଣ୍ଡୁନରସମ ପେଟ୍ ଏରିଆ କମାଣ୍ଡର ନିହତ ହୋଇଥିବା ସୂଚନା ମିଳିଛି । ଏହା ସହିତ ଘଟଣାସ୍ଥଳରୁ ଏକ-୪୭ ବନ୍ଧୁକ ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ବର୍ତ୍ତମାନ ପୁରା ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ସୁରକ୍ଷାକର୍ମୀ । ନିହତ ୭ ମାଓବାଦୀ କେଉଁ ସଂଗଠନ ସହ ଜଡିତ ଥିଲେ କେଉଁ ଟପ କମାଣ୍ଡର ଥିଲେ ସେ ବିଷୟରେ ସୂଚନା ମିଳି ପାରିନାହିଁ ।

ପ୍ରକାଶ ଥାଉ କି, ଗତ ସେପ୍ଟେମ୍ବର ମାସରେ ତେଲେଙ୍ଗାନାର ଭଦ୍ରାଦି କୋଠାଗୁଡେମ ଅଞ୍ଚଲରେ ତେଲେଙ୍ଗାନା ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ଏଥିରେ ୬ଜଣ ମାଓବଦୀ ନିହତ ହୋଇଥିଲେ । ନିପାତ ନିକ୍ସଲଙ୍କ ମଧ୍ୟରେ ଜଣେ ମହିଳା ମାଓବାଦୀ ମଧ୍ୟ ଥିଲେ ।  ଦୁଇଜଣ ପୋଲିସକର୍ମୀ ଆହତ ହୋଇଥିଲେ । ଦେଶକୁ ମାଓମୁକ୍ତ କରିବାକୁ କେନ୍ଦ୍ର ଗୃହମନ୍ତ୍ରଣାଳୟ ଲକ୍ଷ୍ୟ ରଖିଛନ୍ତି ।  ଏ ନେଇ ମାଓ ଦମନ ଅଭିଯାନ ଜୋରସୋରରେ ଜାରି ରହିଛି ।