ପ୍ରମୂଖ ଖବର
  • ଘନ କୁହୁଡିରେ ଲୁଚିଗଲା ସୂର୍ଯ୍ୟମନ୍ଦିର, ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ପାରିଲେନି ପର୍ଯ୍ୟଟକ
  • ||
  • କରଞ୍ଜିଆ : ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଲା ‘ମହେନ୍ଦ୍ର’ ହାତୀ, ବ୍ୟବଚ୍ଛେଦ ପରେ ହେବ ଶବ ସଂସ୍କାର
  • ||
  • ଶ୍ରୀମନ୍ଦିରରେ ଦେବାଭିଷେକ ନୀତି: ଆଜି ମହାପ୍ରଭୁଙ୍କ ରାଜାଧିରାଜ ଓ ନବାଙ୍କ ବେଶ
  • ||
  • ସୁବର୍ଣ୍ଣପୁର : ଇଥାନଲ ପ୍ଲାଣ୍ଟ ମେସିନରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ
  • ||

ମାଲକାନଗିରି ସୀମାନ୍ତରେ ଏନ୍‌କାଉଣ୍ଟର, ଯବାନଙ୍କ ଗୁଳିରେ ୭ ମାଓବାଦୀ ନିପାତ

Published By : Prameya | December 12, 2024 1:42 PM

ମାଲକାନଗିରି ୧୨/୧୨: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦାନ୍ତେୱାଡା, ବିଜାପୁର ଓ କୋଣ୍ଡାଗାଁ  ଅଞ୍ଚଳର ଅବୁଝମାଡ଼ ଜଙ୍ଗଲରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ। ଏନ୍‌କାଉଣ୍ଟରରେ ଟଳିଲେ ୭ଜଣ ମାଓବାଦୀ। ମୃତକଙ୍କ ମଧ୍ୟରେ ଅନେକ ହାର୍ଡକୋର ମାଓବାଦୀ ଥିବା ସୂଚନା ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ। ସର୍ଚ୍ଚ ଅପରେସନ୍ ଜାରି।

ସୂଚନା ଅନୁଯାଇ, ରାତି ପ୍ରାୟ ୩ଟା ସମୟରେ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦାନ୍ତେୱାଡା, ବିଜାପୁର ଓ କୋଣ୍ଡାଗାଁ  ଅଞ୍ଚଳର ଅଭୁଝମାଡ଼ ଜଙ୍ଗଲରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଯବାନଙ୍କ ଗୁଳିରେ ସାତ ଜଣ ମାଓବାଦୀ ପ୍ରାଣ ହରାଇଥିବା ବସ୍ତର ଆଇଜି ସୂଚନା ଦେଇଛନ୍ତି । ତେବେ ବର୍ତ୍ତମାନ ମଧ୍ୟ ସଂପୃକ୍ତ ଅଞ୍ଚଳରେ ବିଏସଏଫ, ସିଆରପିଏଫ ଓ ଡିଆରଜି ବାହିନୀର ଯବାନମାନେ ମିଳିତ ଭାବେ କୁମ୍ବିଂ ଅପରେସନ ଜାରି ରଖିଥିବା ଜଣାପଡ଼ିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.