ଭୁବନେଶ୍ୱର,୨୦/୧୦: ରାଜ୍ୟରେ ୭ ନୂଆ ନର୍ସିଂ କଲେଜ ସ୍ଥାପନ ହେବ । ହେଲେ ୫ ମାସରୁ  ଊଦ୍ଧ୍ୱର୍ ସମୟ ହେଲାଣି କଲେଜ ସ୍ଥାପନ ବିଷୟ କେନ୍ଦ୍ର  ସରକାରଙ୍କ ଅନୁମତି ଅପେକ୍ଷାରେ ରହିଛି । କେନ୍ଦ୍ର  ସରକାର ରାଜ୍ୟ ସରକାରଙ୍କୁ ମେଡିକାଲ କଲେଜ  ପରିସରରେ ନର୍ସିଂ କଲେଜ ସ୍ଥାପନ ସମ୍ପର୍କିତ  ଡ୍ରାଫ୍ଟ ରିପୋର୍ଟ ମାଗିଥିଲେ । ରାଜ୍ୟ ସରକାରଙ୍କ  ପକ୍ଷରୁ ଡ୍ରାଫ୍ଟ ରିପୋର୍ଟ ଦାଖଲ ହୋଇ ସାରିଛି ।  କେନ୍ଦ୍ର ସରକାରଙ୍କ ପାଖରେ ଅଟକିଛି ଫାଇଲ୍‌ ।  

ଯାଜପୁର, ବାଲେଶ୍ୱର, ବାରିପଦା, ବଲାଙ୍ଗିର, ପୁରୀ,  କୋରାପୁଟ ଓ ତାଳଚେର ଆଦି ୭ ମେଡିକାଲ  କଲେଜ ପରିସରରେ ନର୍ସିଂ କଲେଜ ଖୋଲିବା  ପାଇଁ ଆପାତତଃ ସ୍ଥିର ହୋଇଛି । କେନ୍ଦ୍ର ସରକାର  ପ୍ରତ୍ୟେକ କଲେଜ ପାଇଁ ୧୦ କୋଟି ଲେଖାଏଁ ୭୦  କୋଟି ଟଙ୍କା ବଜେଟ୍‌ରେ ମଞ୍ଜୁର କରିଛନ୍ତି । କେନ୍ଦ୍ର  ସରକାର ୬୦% ଓ ରାଜ୍ୟ ସରକାର ୪୦% ଅର୍ଥ  ପ୍ରଦାନ ପାଇଁ ସ୍ଥିର ହୋଇଛି । ସ୍ୱାସ୍ଥ୍ୟ ବିଭାଗର ଜଣେ  ବରିଷ୍ଠ ଅଧିକାରୀ କହିଛନ୍ତି, ରାଜ୍ୟ ସରକାର ସମସ୍ତ  ପ୍ରସ୍ତୁତି ଶେଷ କରିଛନ୍ତି । କେନ୍ଦ୍ର ସରକାରଙ୍କ ଅନୁମତି  ମିଳିଲେ କାର୍ଯ୍ୟ ଆରମ୍ଭ ହେବ ।