ପ୍ରମୂଖ ଖବର
  • ଚନ୍ଦନେଶ୍ଵର: କଟକଣା ନମାନିବା ପଡ଼ିଲା ମହଙ୍ଗା, ୨ବୋଟ ସହ ମାଲିକକୁ ଧରିଲା ପୁଲିସ
  • ||
  • ମାଲକାନିରି: ପୁଣି ୧୭ ମାଓବାଦୀଙ୍କ ଆତ୍ମସମର୍ପଣ, ୫୦ ହଜାର ଚେକ୍ ପ୍ରଦାନ କଲେ ଏସ୍‌ପି
  • ||
  • ପାକିସ୍ତାନରେ ଭୂକମ୍ପ ଝଟକା , ରେକ୍ଟର ସ୍କେଲରେ ୪.୨ ତୀବ୍ରତା ରେକର୍ଡ
  • ||
  • ବହୁର୍ଚ୍ଚିତ ନବ ଦାସ ହତ୍ୟା ଘଟଣା, ଗାନ୍ଧି ଛକ ଫଣ୍ଡିରେ କ୍ରାଇମ୍‌ବ୍ରାଞ୍ଚ ଖୋଳତାଡ଼
  • ||
  • ୩ ବର୍ଷ ପରେ ଅଙ୍କିତାଙ୍କୁ ମିଳିଲା ନ୍ୟାୟ; ୩ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ
  • ||
  • 'ପାକିସ୍ତାନ କାଶ୍ମୀରକୁ ଭୁଲିବନି କି ଛାଡ଼ିବନି '; ପାକ୍‌ ସେନାମୁଖ୍ୟ ଆସିମ୍‌ ମୁନୀରଙ୍କ ମୁହଁଫୁଟାଣି
  • ||
  • ସୁନ୍ଦରଗଡ଼ : ପ୍ଲାଣ୍ଟରେ ଶ୍ରମିକଙ୍କ ଉପରେ ମାଡ଼ିଗଲା ଆଇରନ୍‌ ବୋଝେଇ ଟ୍ରକ୍, କ୍ଷତିପୂରଣ ଦାବିରେ ଉତ୍ତେଜନା
  • ||
  • ରାୟଗଡ଼ା :ଯୁବ ବ୍ୟବସାୟୀଙ୍କ ଘରୁ ଚୋରି, ଲକ୍ଷାଧିକ ଟଙ୍କା ସହ ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସିକ୍କିମ ଦୁର୍ଘଟଣାରେ ବିଜେପି ନେତ୍ରୀ ଇତିଶ୍ରୀ ଜେନାଙ୍କ ପରିବାର ନିଖୋଜ
  • ||
  • ସମ୍ୱଲପୁର : ବସ୍‌କୁ ପଛରୁ ପିଟିଲା କୋଇଲା ବୋଝେଇ ଟ୍ରକ୍‌, ୨୦ ଆହତ
  • ||
  • ସିକ୍କିମରେ ଟୁରିଷ୍ଟ ଗାଡି ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଯାତ୍ରୀଙ୍କ ସୁରକ୍ଷା ଓ ଚିକିତ୍ସା ପରିଚାଳନା ପାଇଁ ଓଡ଼ିଶାରୁ ଯିବ ଟିମ୍
  • ||
  • ନୟାଗଡ଼ : ବାଣୁଆ ଗୁଳିରେ ଆମ୍ୱ ଗୋଟାଳି ମୃତ, ଶିକାରୀକୁ ଅଟକ ରଖିଲେ ଗ୍ରାମବାସୀ
  • ||
  • ଶୁକ୍ରବାର ବିଏମ୍‌ସି ବୈଠକ: ଉଠିବ ବିଧାୟକଙ୍କ ପାଇଁ ଏସ୍‌ଓପି ଦାବି, ବିଜେଡି କର୍ପୋରେଟର ହୋ ହଲ୍ଲା କରିବେ
  • ||
  • ବଲାଙ୍ଗୀର : ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ
  • ||
  • IPL 2025: ଆଜି ମୁମ୍ବାଇ-ଗୁଜରାଟ ଏଲିମିନେଟର ଲଢ଼େଇ, ପରାଜିତ ଦଳ ହେବ ବିଦା
  • ||
  • ‘ଅପରେସନ ସିଲ୍ଡ’, ଆଜି ପାକିସ୍ତାନ ସୀମାରେ ଦ୍ୱିତୀୟ ନାଗରିକ ସୁରକ୍ଷା ମକ୍‌ଡ୍ରିଲ
  • ||
  • ଅନୁଗୁଳ : ଭିଜିଲାନ୍ସ ପଞ୍ଝାରେ RD ବିଭାଗର ମୁଖ୍ୟଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କର ଦେହାନ୍ତ, ରାଜ୍ୟର ପ୍ରଥମ ବିଜେପି MLA ଥିଲେ
  • ||
  • ଗଭୀର ଅବପାତ ପଳେଇଲା, ବଡ଼ ବର୍ଷା ହେଲାନି: ଆଜିଠୁ କମିବ ବର୍ଷା, ଜୁନ୍ ୧ରୁ ୩ ଯାଏ ବଢ଼ିବ ତାପମାତ୍ରା
  • ||
  • ପାଣି ଟାଙ୍କିରେ ପଡ଼ି ନାବାଳିକା ମୃତ୍ୟୁ ଘଟଣା: ରାତି ଅଧରେ ହେଲା ଶବ ବ୍ୟବଚ୍ଛେଦ
  • ||

ମାଳଦ୍ଵୀପ ସାରସ ୱାର୍ଲ୍ଡ ଏକ୍ସ-ପୋ ରେ ଝଲସିବ ଓଡ଼ିଶା ଏସଏଚଜିର ୭ ଉତ୍ପାଦ

Published By : Ladu Kishor | May 20, 2025 9:55 PM

ଭୁବନେଶ୍ୱର ୨୦/୦୫ ଚଳିତ ବର୍ଷ ମାଳଦ୍ଵୀପ ସାରସ ୱାର୍ଲଡ ଏକ୍ସ ପୋ ୨୦୨୫ ରେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରାଳୟ ପକ୍ଷରୁ ଏକ ଜିଲ୍ଲା ଏକ ଉତ୍ପାଦ(ଓଡିଓପି) ଅଧୀନରେ ଭାରତର ବିଶେଷ ଉତ୍ପାଦ ଗୁଡିକ ସ୍ଥାନ ପାଇବାକୁ ଯାଉଛି । ସମଗ୍ର ଦେଶରୁ ସ୍ବୟଂ ସହାୟକ ଗୋଷ୍ଠୀ ଦ୍ଵାରା ପ୍ରସ୍ତୁତ ଏକ ଜିଲ୍ଲା ଏକ ଉତ୍ପାଦ ଏହି କାର୍ଯ୍ୟକ୍ରମରେ ପ୍ରଦର୍ଶିତ କରାଯିବ । ଏହି ପରିପ୍ରେକ୍ଷୀରେ   ଓଡ଼ିଶାର ପାଞ୍ଚୋଟି ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଏକ ଜିଲ୍ଲା ଏକ ଉତ୍ପାଦ ଅଧୀନରେ ସାତୋଟି ବିଶେଷ ଉତ୍ପାଦ ମଧ୍ୟ ଏହି କାର୍ଯ୍ୟକ୍ରମରେ ସ୍ଥାନ ପାଇବା ପାଇଁ ମନୋନୀତ ହୋଇଛି। ଓଡ଼ିଶାର ରଘୁରାଜପୁର ପ୍ରଡୁସର ଗ୍ରୁପର ପଟ୍ଟଚିତ୍ର କେଟଲୀ ଓ ଓଡ଼ିଶା ପଟ୍ଟଚିତ୍ର, ନୟା ପାଟମୟ ସମିତିର ପଟ୍ଟଚିତ୍ର ବୋଟଲ୍, ବରଗଡ ହାଣ୍ଡଲୁମ ଆଣ୍ଡ ଅଗ୍ରୀ ପ୍ରଡୁସର କମ୍ପାନୀ ଲିମିଟେଡର ସମ୍ବଲପୁରୀ ଶାଢ଼ୀ, ମା ମଙ୍ଗଳା ଏସଏଚଜି, ସୁବର୍ଣ୍ଣପୁରର ଇକତ ଶାଢ଼ୀ, ଉତ୍କଳ ଡ଼ୋକ୍ରା କ୍ରାଫ୍ଟ ପ୍ରଡୁସର ଗ୍ରୁପର ଡୋକରା କୋଣାର୍କ ୱିଲ ହାଙ୍ଗିଙ୍ଗ,ଡୋକରା କଳାକୃତୀ ଆଦି ସେଠାରେ ପ୍ରଦର୍ଶିତ କରାଯିବ, ଯାହାକି ଓଡ଼ିଶାର ବିଶେଷ କଳାକୃତୀକୁ ବିଶ୍ଵସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବ। ଏହା ମଧ୍ୟରୁ ସମ୍ବଲପୁରୀ ଓ ଇକତ ଶାଢ଼ୀ ଭୌଗଳିକ ସୂଚକାଙ୍କ (ଜିଆଇ ଟ୍ୟାଗ୍‍) ପ୍ରାପ୍ତ କରିଛି। 

ଚୟନ କରାଯାଇଥିବା ସମସ୍ତ ଉତ୍ପାଦ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଅବିରତ ତାଲିମ ଓ ଦକ୍ଷତା ବୃଦ୍ଧି, ଆର୍ଥିକ ସହାୟତା ଏବଂ ସମର୍ପିତ ଅନୁଷ୍ଠାନିକ ସହାୟତା ମାଧ୍ୟମରେ ସଶକ୍ତ ହୋଇଥିବା ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କ ଦ୍ୱାରା ପ୍ରସ୍ତୁତ ଏବଂ ପ୍ୟାକେଜ୍ କରାଯାଇଛି। 

ଏହି ଅନ୍ତର୍ଜାତୀୟ ପ୍ରଦର୍ଶନ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଆତ୍ମନିର୍ଭରଶୀଳ ଏବଂ ବିକଶିତ ଓଡ଼ିଶା ପାଇଁ ଦୃଷ୍ଟିକୋଣର ଫଳାଫଳ, ଯେଉଁଠାରେ ଗ୍ରାମୀଣ ମହିଳାମାନେ କେବଳ ଆର୍ଥିକ ଭାବରେ ସଶକ୍ତ ନୁହନ୍ତି ବରଂ ବିଶ୍ୱସ୍ତରୀୟ ପ୍ରତିଯୋଗୀ ମଧ୍ୟ ଅଟନ୍ତି। ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ଦୃଢ଼ ନେତୃତ୍ୱ ଓ ତତ୍ତ୍ୱବଧାନ ଫଳରେ ଆଜି ଲକ୍ଷପତି ଦିଦି ପଦକ୍ଷେପ ଅଧୀନରେ ୧୬ ଲକ୍ଷରୁ ଅଧିକ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟ ବାର୍ଷିକ ୧ ଲକ୍ଷ କିମ୍ବା ଅଧିକ ଆୟ କରୁଛନ୍ତି। ଏହି କାର୍ଯ୍ୟକ୍ରମ ଓଡ଼ିଶାର ସ୍ଵୟଂ ସହାୟକ ଗୋଷ୍ଠୀ ଆନ୍ଦୋଳନକୁ ବିଶ୍ୱ ସ୍ତରୀୟ ମଞ୍ଚ ଯୋଗାଇଦେବା ଏକ ବିଶେଷ ଭୂମିକା ଗ୍ରହଣ କରିବ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.