ଦିଗପହଣ୍ଡି, ୨୬।୬(ଆପ୍ର): ଦିଗପହଣ୍ଡି ୟୁନିୟନ ବ୍ୟାଙ୍କ ଶାଖାରେ ୭୦ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ପୋଲିସ ବ୍ୟାଙ୍କର କିରାଣୀ ଏସ. ପ୍ରିୟମ ପ୍ରଥମ ସାବତଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରିଛି।
କୋର୍ଟରେ ଅଭିଯୁକ୍ତଙ୍କ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତ କିରାଣୀଙ୍କୁ ଦିଗପହଣ୍ଡି ଉପକାରଗାରକୁ ପଠେଇ ଦିଆଯାଇଛି। ଅଭିଯୁକ୍ତ ପ୍ରିୟମ ଦିଗପହଣ୍ଡି ଅଞ୍ଚଳ କଲୋନୀ ଅନ୍ତର୍ଗତ କୋର୍ଟ ସାହିର କିନ୍ତୁ ସେ ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର ଅମ୍ବାପୁଆରେ ରହୁଥିଲେ।
ଦିଗପହଣ୍ଡି ଆଇ.ଆଇ.ସି ପ୍ରଶାନ୍ତ କୁମାର ପାତ୍ରଙ୍କ ସୂଚନା ପ୍ରକାରେ ଅଭିଯୁକ୍ତ କିରାଣୀ ପ୍ରିୟମ ପ୍ରଥମ ଗତ ୨୦୨୪ ଜୁଲାଇ ମାସ ଠାରୁ ଏଠାରେ କିରାଣୀ ଭାବେ କାର୍ଯ୍ୟ କରିଆସୁଥିଲେ। ବ୍ୟାଙ୍କ ଶାଖା ପରିଚାଳନାଙ୍କ ଛୁଟି ଦିନରେ କିରଣୀ ପ୍ରିୟମ ଶାଖା ପରିଚାଳକ ଭାବେ ଦାୟିତ୍ୱ ତୁଲାଉ ଥିଲେ। ଏହି ସମୟରେ ସେ ଏହି କ୍ଷମତାର ଅପବ୍ୟବହାର କରି ଅଭିଯୁକ୍ତ ଜଣଙ୍କ ଗ୍ରହକଙ୍କ ଟଙ୍କାକୁ ଗୋଟିଏ ଜମାଖାତାରୁ ଅନ୍ୟ ଜାମଖାତାକୁ ଟ୍ରାନ୍ସଫର କରି ୭୦ ଲକ୍ଷ ଟଙ୍କା ଆତ୍ମସାତ କରିଦେଇଥିଲେ।
ଏ ସମର୍କରେ ବ୍ୟାଙ୍କ ର ବ୍ରହ୍ମପୁର ମୁଖ୍ୟ ଶାଖା ପରିଚାଳନା ପି. ପ୍ରଦୀପ କୁମାର ଜାଣିବାକୁ ପାଇଥିଲେ। ଏନେଇ ଦିଗପହଣ୍ଡି ଥାନରେ ଏତଲା ଦେବା ପରେ ପୁଲିସି କିରଣୀ ପ୍ରିୟମ ପ୍ରଥମକୁ ଥାନାକୁ ନେଇ ପଚରାଉଚରା କରି ଘଟଣା ସତ୍ୟାସତ୍ୟ ଜଣା ପଡିବା ପରେ ଆଜି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।