ରାଉରକେଲା, ୪/୬ : ସରଣ୍ଡା ଜଙ୍ଗଲରୁ ଆଉ ୭୦୦ କିଲୋ ବିସ୍ଫୋରକ ଜବତ। ବୁଧବାର ସକାଳେ ସର୍ଚ୍ଚ ଅପରେସନ ବେଳେ ବିସ୍ଫୋରକ ଜବତ କଲା ସୁରକ୍ଷା ବାହିନୀ। ମାଓବାଦୀମାନେ ମାଟି ତଳେ ଏହି ବିସ୍ଫୋରକ ଲୁଚାଇ ରଖିଥିଲେ। ଗତ ଦୁଇ ଦିନ ତଳେ ସରଣ୍ଡା ଜଙ୍ଗଲରୁ ଅଢେଇ ଟନ ବିସ୍ଫୋରକ ଜବତ କରାଯାଇଥିଲା। ବାକି ବିସ୍ଫୋରକ ଉଦ୍ଧାର ଲାଗି ଯବାନମାନେ ଅପରେସନ ଜାରି ରଖିଛନ୍ତି।
ସୂଚନାଯୋଗ୍ୟ ଯେ, ଗତ ୨୭ ତାରିଖରେ ବଡ଼ଗାଁ ଇତ୍ମା ଗୋଦାମରୁ ୪ ଟନ ବିସ୍ଫୋରକ ନେଇ ଏକ ଗାଡ଼ି କେ. ବଲାଙ୍ଗ ଥାନା ଅନ୍ତର୍ଗତ ବାଙ୍କୋ ପଥର ଖାଦାନକୁ ଯାଇଥିଲା । ଏହି ସମୟରେ ମାଓବାଦୀ ବିସ୍ଫୋରକ ଲୁଟି ସରଣ୍ଡା ଜଙ୍ଗଲକୁ ପଳାଇ ଯାଇଥିଲେ । ଏହାପରେ ଲୁଟ୍ ବିସ୍ଫୋରକର ସୁରକ୍ଷିତ ଉଦ୍ଧାର କରିବା ଲାଗି ସରଣ୍ଡା ଜଙ୍ଗଲରେ ଆରମ୍ଭ ହୋଇଥିଲା ଅପରେସନ । ଯବାନ ଅଢ଼େଇ ଟନ୍ ବିସ୍ଫୋରକ ଜବତ କରି ସାରିଥିବା ବେଳେ ବାକି ବିସ୍ଫୋରକ ଉଦ୍ଧାର କରିବା ଲାଗି ଅପରେସନ ଜାରି ରଖିଛନ୍ତି।