ବାଙ୍କୀ,୩୦।୯ : ବଣ ବୁଦା ଭିତରେ ଦେଶୀ ମଦ ରନ୍ଧା ଯାଉଥିବା ବେଳେ ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ୭୦୦ ଲିଟର ଦେଶୀ ମଦ ଜବତ କରାଯାଇଥିବା ବେଳେ ୪୩୪୦ ଲିଟର ମଦ ପ୍ରସ୍ତୁତ ପୋଚ ନଷ୍ଟ କରାଯାଇଛି। ଏମିତି ଦେଖିବାକୁ ମିଳିଛି କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଢେଗୁଆ ଗ୍ରାମରେ।

କଟକ ଜିଲ୍ଲା ଅବକାରୀ ଅଧୀକ୍ଷକ କରୁଣା ଶଙ୍କର ତିୱାରୀଙ୍କ ନିର୍ଦେଶରେ ଥାନା ଆଠଗଡ ଅବକାରୀ ଉପ ଅଧିକ୍ଷକ ସିଏଚ ଶତପଥୀଙ୍କ ତତ୍ତ୍ଵାବଧାନରେ ବାଙ୍କୀ ଅବକାରୀ ଥାନା ପକ୍ଷରୁ ଚଢାଉ କରାଯାଇଥିଲା। ଏଥିରେ  ୭୦୦ ଲିଟର ଦେଶୀ ମଦ ସହ ୪୩୪୦ ଲିଟର ଗୁଡ଼ ପୋଚ ସିଜ୍ କରାଯାଇ ଘଟଣା ସ୍ଥଳରେ ସମସ୍ତ ପୋଚ ଓ ମଦ ନଷ୍ଟ କରାଯାଇଛି। ମଦ ରନ୍ଧା ପାଇଁ ବ୍ୟବହୃତ ହେଉଥିବା ଟି ଆଲୁମିନିମ ଡିସ୍କ ଜବତ କରାଯାଇଛି। ଏହା ସହ ଅବକାରୀ ବିଭାଗ ପକ୍ଷରୁ ୨ ଗୋଟି ମାମଲା ରୁଜୁ କରା ଯାଇଛି। ଏହି ଚଡାଉରେ ଆଠଗଡ ଅବକାରୀ ନିରୀକ୍ଷକ ରବି ନାରାୟଣ ପ୍ରଧାନ ଓ ବାଙ୍କୀ ଅବକାରୀ ଉପ ନିରୀକ୍ଷକ ସୌମ୍ୟରଞ୍ଜନ ମାଝୀ ନେତୃତ୍ୱ ନେଇଥିଲେ।