ନୂଆଦିଲ୍ଲୀ : ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କ ବିରୋଧରେ, ତାଙ୍କର ହିଁ ଦେଶରେ ଅସନ୍ତୋଷ ଶୀର୍ଷ ସ୍ତରରେ ପହଞ୍ଚି ଯାଇଛି। ଏହାର ଝଲକ ଏକ ସର୍ଭେରେ ଦେଖିବାକୁ ମିଳିଛି, ଯେଉଁଥିରେ ପାଖାପାଖି ତିନି ଚତୁର୍ଥାଂଶ ଇସ୍ରାଏଲୀୟ ନାଗରିକଙ୍କ କହିବା ହେଲା କି ପିଏମ ନେତନ୍ୟାହୁଙ୍କୁ ୭ ଅକ୍ଟୋବର, ୨୦୨୩ର ଘଟଣାରେ ନିଜକୁ ଦାୟି କରି ନିଜ ପଦରୁ ଇସ୍ତଫା ଦେଇ ଦେବା ଉଚିତ୍। ଇସ୍ରାଏଲ ଡେମୋକ୍ରେସି ଇନଷ୍ଟିଟ୍ୟୁଟ୍‌ ଦ୍ୱାରା ରବିବାର ଜାରି କରାଯାଇ ଥିବା ମାସିକ ସର୍ଭେର ଫଳାଫଳ ଅନୁସାରେ, ପାଖାପାଖି ୭୫ ପ୍ରତିଶତ ଇସ୍ରାଏଲୀୟଙ୍କ ବିଶ୍ୱାସ ଯେ ନେତନ୍ୟାହୁଙ୍କୁ ଏବେ ନିଜର ପଦ ଛାଡ଼ି ଦେବା ଉଚିତ୍‌।

ଟାଇମ୍ସ ଅଫ୍‌ ଇସ୍ରାଏଲର ଏକ ରିପୋର୍ଟରେ କୁହାଯାଇଛି ଯେ, ଫେବ୍ରୁଆରୀ ମାସରେ କରାଯାଇ ଥିବା ଇସ୍ରାଏଲୀ ଭଏସ୍‌ ଇଣ୍ଡେକ୍ସ ( ଯାହା ଜନତାଙ୍କ ରାୟର ଏକ ମାସିକ ସର୍ବେକ୍ଷଣ)ର ସର୍ଭେରେ ,୪୮ପ୍ରତିଶତ ଲୋକଙ୍କ କହିବାନୁସାରେ ନେତନ୍ୟାହୁଙ୍କୁ ତୁରନ୍ତ ନିଜ ପଦ ଛାଡ଼ି ଦେବା ଉଚିତ୍‌, ଯାହାକି ୨୪.୫ ପ୍ରତିଶତ ଲୋକଙ୍କ କହିବା ହେଲା କି ,ଗାଜାରେ ଯୁଦ୍ଧର ସମାପ୍ତି ପରେ ତାଙ୍କୁ ପିଏମ୍‌ ପଦ ଛାଡ଼ି ଦେବା ଉଚିତ୍‌। ଏହା ବ୍ୟତୀତ  ୧୪.୫ ପ୍ରତିଶତ ଲୋକଙ୍କ କହିବାନୁସାରେ , ତାଙ୍କୁ ବିନା ଇସ୍ତଫାରେ ଏବଂ ପଦରେ ରହି ଗାଜାରୁ ବର୍ତ୍ତିବାର ଦାୟିତ୍ୱ ପୂରା କରିବା ଉଚିତ। ହେଲେ ୧୦ ପ୍ରତିଶତ ଲୋକ ଏମିତି ବି ଅଛନ୍ତି , ଯାହାଙ୍କ କହିବା ହେଲା ଯେ , ନେତନ୍ୟାହୁଙ୍କୁ ଏବେ ନା ଦାୟିତ୍ୱ ନିର୍ବାହ କରିବାର ଆବଶ୍ୟକ ଅଛି ନା ହିଁ ଇସ୍ତଫା ଦେବାର ଆବ୍ୟଶକ ରହିଛି। 

ଯଦି ଦେଖିବା ତ ଏହି ସର୍ଭେରେ ଜଣାପଡ଼ିଛି ଯେ , ମୋଟ ୭୨.୫ ପ୍ରତିଶତ ଲୋକଙ୍କ କହିବାନୁସାରେ,ନେତନ୍ୟାହୁଙ୍କୁ ଦାୟିତ୍ୱ ନେବା ଉଚିତ୍‌ ଏବଂ ଏବେ ନୁହେଁ ତ ଯୁଦ୍ଧ ପରେ ଇସ୍ତଫା ଦେଇ ଦେବା ଉଚିତ୍‌, ଯାହାକି ୮୭ ପ୍ରତିଶତ ଲୋକଙ୍କ କହିବାନୁସାରେ, ୭ ଅକ୍ଟୋବରର ଘଟଣାରେ ସେ ନିଜକୁ ଦାୟି କରିବା ଉଚିତ,  ଏହାପରେ ସେ ଇସ୍ତଫା ଦିଅନ୍ତୁ କି ନଦିଅନ୍ତୁ। 

କହି ରଖୁଛୁ କି, ଇସ୍ରାଏଲରେ ଅନେକ ସମୟରୁ ଲୋକେ ପ୍ରାଇମ୍‌ ମିନିଷ୍ଟର ନୁହେଁ କ୍ରାଇମ୍‌ ମିନିଷ୍ଟର ନାମର ପୋଷ୍ଟର ହାତରେ ଧକି ନେତନ୍ୟାହୁଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ  କରୁଛନ୍ତି। 

ଇହୁଦୀଙ୍କ କଥା ଯଦି କହିବା ତ ୪୫ପ୍ରତିଶତ ଇହୁଦୀ ଉତ୍ତରଦାତାଙ୍କ ଅନୁସାରେ , ନେତନ୍ୟାହୁ ଙ୍କୁ ତୁରନ୍ତ ଇସ୍ତଫା ଦେଇ ଦେବା ଉଚିତ। ୫୯ ପ୍ରତିଶତ ବିଲିୟନଙ୍କ କହିବାନୁସାରେ ନେତନ୍ୟାହୁଙ୍କୁ ତୁରନ୍ତ ଇସ୍ତଫା ଦେଇ ଦେବା ଉଚିତ। ଏହା ଇହୁଦିଙ୍କ ତୁଳନାରେ ଖୁବ୍‌ ଅଧିକ। ଏହି ସର୍ଭେ ୨୫ରୁ ୨୮ ଫେବ୍ରୁଆର ମଧ୍ୟରେ କରାଯାଇ ଥିଲା। ୭୩ ପ୍ରତିଶତ ଉତ୍ତରଦାତାମାନେ ଏହି କଥା ଉପରେ ନିଜର ସହମତି ଦର୍ଶାଇଛନ୍ତି ଯେ, ଇସ୍ରାଏଲକୁ ହମାସ ସହ ଯୁଦ୍ଧ ବିରାମ / ବନ୍ଧକ ଫେରସ୍ତ ଚୁକ୍ତିନାମାର ଦ୍ୱିତୀୟ ପର୍ଯ୍ୟାୟରେ ଆଗକୁ ବଢିବା ଉଚିତ୍‌। ଏହି ଚୁକ୍ତିରେ ଶତ୍ରୁର ପୂର୍ଣ୍ଣ ସମାପ୍ତି , ଗାଜାରୁ ଫେରିବା ଓ ସବୁ ବନ୍ଧକଙ୍କୁ ମୁକ୍ତି ବଦଳରେ ପାଲେଷ୍ଟାଇନୀୟ କଏଦୀଙ୍କ ମୁକ୍ତି ସାମିଲ ରହିଛି।