ଭୁବନେଶ୍ୱର,୦୨/୧୧: ଛଟ ପୂଜାକୁ ଦୃଷ୍ଟିରେ  ରଖି ରେଳ ମନ୍ତ୍ରଣାଳୟ ପକ୍ଷରୁ ୭୩୪୫ଟି ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି । ଯାହା ଗତବର୍ଷର ୪,୫୦୦ ତୁଳନାରେ ବହୁ ଅଧିକ ବୋଲି ରେଳମନ୍ତ୍ରୀ  ଅଶ୍ୱିନୀ କୁମାର ବୈଷ୍ଣବ କହିଛନ୍ତି । ରେଳମନ୍ତ୍ରୀ ନିଜେ  ନୂଆଦିଲ୍ଲୀ ଷ୍ଟେସନକୁ ଯାଇ ସ୍ଥିତି ଯାଞ୍ଚ କରିଛନ୍ତି ।  ଯାତ୍ରୀମାନଙ୍କର ସୁବିଧା, ଅସୁବିଧା ବାବଦରେ ପଚାରି  ବୁଝିଛନ୍ତି । କେବଳ ଟ୍ରେନ ସଂଖ୍ୟା ବଢ଼ିନାହିଁ । ଏହା  ସହିତ ଅଧିକ ସଂଖ୍ୟକ ଟିକଟ କାଉଣ୍ଟର, ବିଶ୍ରାମାଗାର  ମଧ୍ୟ କରାଯାଇଛି । ଏହା ଦ୍ୱାରା ଷ୍ଟେସନଗୁଡିକରେ ଯାତ୍ରୀ  ଗହଳି କମିବା ସହ ଶୃଙ୍ଖଳିତ ଢଙ୍ଗରେ ଯାତ୍ରୀମାନେ  ଯାତ୍ରା କରିପାରିବେ ବୋଲି ରେଳମନ୍ତ୍ରୀ କହିଛନ୍ତି ।