ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ମାଲକାନଗିରିରେ ପିଏମ କିଷାନ ଯୋଜନାରେ ୭୪,୧୧୫ଜଣ ଚାଷୀଙ୍କ ନାମ ପଞ୍ଜିକରଣ

Published By : Gurupada Nath | October 5, 2024 8:22 PM

ମାଲକାନଗିରି,୫/୧୦ :  ମାଲକାନଗିରି ଜିଲ୍ଲାରେ ପିଏମ କିଷାନ ଯୋଜନାରେ ୭୪,୧୧୫ଜଣ ଚାଷୀଙ୍କ ନାମ ପଞ୍ଜିକରଣ ହୋଇଥିବାବେଳେ ୫୪,୨୨୧ଜଣ ଯୋଗ୍ୟ ଚାଷୀଙ୍କ ଖାତାକୁ ୨ହଜାର ଲେଖା ଟଙ୍କା ଯିବାର ବ୍ୟବସ୍ଥା ହୋଇଛି । ଆଜି ଜିଲ୍ଲାପରିଷଦ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ପିଏମ କିଶାନ ଉତ୍ସବ ଦିବସ ପାଳିତ ହୋଇଯାଇଛି ।  ମାଲକାନଗିରି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ଟାଙ୍ଗୁଲ, ଜିଲ୍ଲା ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ନରେଶ ଶବର, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ  ଯାମି ସୂର୍ଯ୍ୟ ରାଓ, ସାଂସଦ ପ୍ରତିନିଧି ସଞ୍ଜୟ ସରକାର, ଜିଲ୍ଲା ମୃତିକା ସଂରକ୍ଷଣ ଉପ ନିର୍ଦ୍ଦେଶକ, ମତ୍ସ୍ୟ ଅଧୂକାରୀ, ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ, ଏଆରସିଏସ ପ୍ରମୁଖ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।

ମାଲକାନଗିରି ଜିଲ୍ଲାର ମୋଟ ୭୪ହଜାର ୧୧୫ ଜଣ ଚାଷୀ ପିଏମ କିଷାନ ଯୋଜନା ପାଇଁ ନାମ ପଞ୍ଜିକରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୫୪,୨୨୧ଜଣ ଯୋଗ୍ୟ କୃଷକଙ୍କୁ ଜଣ ପିଛା ୨ ହଜାର ଟଙ୍କା ଲେଖା  ଡିବିଟି ମାଧ୍ୟମରେ ସେମାନଙ୍କ ଆକାଉଣ୍ଡ ଦ୍ବାରା ସହାୟତା ଦିଆଯିବ ବୋଲି ମୁଖ୍ୟ କୃଷି ଅଧିକାରୀ ଶ୍ରୀରାଓ ସୂଚନା ଦେଇଛନ୍ତି । ଆଜି କିଛି ଚାଷୀଙ୍କ ଖାତାକୁ ଟଙ୍କା ପଠାଯାଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ, କର୍ମଚାରୀ ଓ ଜିଲ୍ଲାର ୭ଟି ଯାକ ବ୍ଲକରୁ ଶତାଧିକ କୃଷକମାନେ ଯୋଗଦେଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.