ଢେଙ୍କାନାଳ, ୨୮।୧୨ : ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କାଙ୍କଡ଼ପାଳ ଗ୍ରାମ  ରେଙ୍ଗାଲୀ କେନାଲ ପୋଲ ନିକଟରୁ ୮ଟି ଅଫୁଟା ବୋମା ପୋଲିସ ଜବତ କରିଛି । ବୋମା ନିଷ୍କ୍ରିୟ ଟିମ ପହଞ୍ଚି  ଏହାକୁ ନିଷ୍କ୍ରିୟ କରିଛି।

ରେଙ୍ଗାଳୀ କେନାଲ ପୋଲ ନିକଟରେ  ଅଫୁଟା ବୋମା ପଡିଥିବା ଦେଖିବାକୁ ମିଳିଥିଲା । ଖବର ପାଇ ସଦର ଥାନା ପୁଲିସ ଓ ବୋମା ନିଷ୍କ୍ରିୟ ଦଳ ପହଞ୍ଚି  ୮ଟି ଅଫୁଟା ବୋମା ଜବତ କରିଥିଲା ।  ସେଗୁଡିକ ହାତ ତିଆରି ବୋମା ବୋଲି ଜଣାପଡିଛି ।  କୋଣସି ଅପରାଧିକ ଘଟଣା ଘଟାଇବା ଉଦେଶ୍ୟରେ ଏହା ବ୍ୟବହାର କରାଯାଇଥାନ୍ତା ବୋଲି ସନ୍ଦେହ କରାଯାଇଛି।  ତେବେ କିଏ ଓ କେଉଁ ଉଦେଶ୍ୟ ରେ ଏଠାରେ ଏହି ବୋମା ଗୁଡିକ ପକାଇଛି ତାହା ଜଣାପଡିନାହିଁ । ସଦର ପୁଲିସ ଏ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି।