ପ୍ରମୂଖ ଖବର
  • ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଜିଏସଟି ଆସିଷ୍ଟାଣ୍ଡ କମିଶନର
  • ||
  • ୨୯ ତାରିଖକୁ ସରକାରୀ ଛୁଟି ଘୋଷଣା,ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଗଞ୍ଜାମ; ଆକାଶରୁ ଖସିଲା ମୃତ୍ୟୁ, ବଜ୍ରପାତ ଘଟି ୩ ମହିଳାଙ୍କ ମୃତ୍ୟୁ
  • ||
  • ଶ୍ରୀମନ୍ଦିର ପରିଚାଳନା କମିଟି ଘୋଷଣା, ପ୍ରକାଶ ପାଇଲା ୧୦ଜଣ ସଦସ୍ୟଙ୍କ ନାଁ
  • ||
  • ଜୁଆ ଆଡ୍ଡା ଉପରେ ପୁଲିସର ଚଢ଼ାଉ; ଟଙ୍କା-ମୋବାଇଲ ଫୋନ ଜବତ, ୭ ଜୁଆଡ଼ି ଗିରଫ
  • ||
  • ‘ଆମ ଶାସନ’ ବ୍ୟବସ୍ଥାର ଶୁଭାରମ୍ଭ, ଲୋକଙ୍କ ମତାମତ ଆଧାରରେ ହେବ ନୀତି ନିର୍ଦ୍ଧାରଣ
  • ||
  • ନୂଆଦିଲ୍ଲୀ: ତଦନ୍ତରେ ଚାଞ୍ଚଲ୍ୟକର ଖୁଲାସା; ପାକିସ୍ତାନକୁ ପଠାଯାଉଥିଲା ଦେଶର ଗୁଇନ୍ଦା ସୂଚନା, ପାକିସ୍ତାନୀ ଗୁପ୍ତଚର ସମ୍ପର୍କରେ ଥିଲେ ଭାରତର ୧୫ ଅଧିକାରୀ
  • ||
  • ଟାଙ୍ଗୀ : ରୋଷେଇ ଚାଲିଥିବା ବେଳେ ଫାଟିଲା ଗ୍ୟାସ୍ ସିଲିଣ୍ଡର, ହୁତୁହୁତୁ ହୋଇ ଜଳିଗଲା ଘର, ୬ଟି ପରିବାର ସର୍ବସ୍ବାନ୍ତ
  • ||
  • ଥମିଲା ଆନ୍ଦୋଳନ,୧୫ ଦିନ ପରେ ଅମଲା ଆନ୍ଦୋଳନ ସ୍ଥଗିତ
  • ||
  • ମହମ୍ମଦ ୟୁନୁସ୍‌ଙ୍କ ବଡ଼ ଘୋଷଣା : '୨୦୨୬ରେ ବାଂଲାଦେଶକୁ ମିଳିବ ଗଣତାନ୍ତ୍ରିକ ସରକାର, ଯିଏ ଜିତିବ ତା' ହାତରେ ଟେକିଦେବୁ ଶାସନ ଭାର'
  • ||
  • ଗାଜା ହସ୍ପିଟାଲରେ ଇସ୍ରାଏଲ ସେନାର ବୋମାମାଡ଼, ୫ ସାମ୍ବାଦିକଙ୍କ ସମେତ ୨୦ ଜଣଙ୍କ ମୃତ୍ୟୁ, ଅନେକ ଆହତ
  • ||
  • ଆଗାମୀ ୪୮ ଘଣ୍ଟା ଭିତରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା, ଆଜି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • କାଣୀ ନଦୀରେ ଘାଈ ପରେ ଦୁର୍ଦ୍ଦଶା, ପାଣି ଘେରରେ ଦଶରଥପୁର ବ୍ଲକର ୧୫ ପଞ୍ଚାୟତ, ୫ ହଜାର ଲୋକେ ଜଳବନ୍ଦୀ
  • ||
  • ବଢି ଯନ୍ତ୍ରଣା : ବୈତରଣୀ ଓ ସୁବର୍ଣ୍ଣରେଖା କୋପରେ ଭାସୁଛି ଶତାଧିକ ଗାଁ, ଜଳବନ୍ଦୀ ଅବସ୍ଥାରେ ହଜାର ହଜାର ଲୋକେ
  • ||
  • ମଙ୍ଗଳବାର ଉଦୟଗିରି, ହିମଗିରିର ହେବ ଜଳାବତରଣ; ଶତ୍ରୁର ଜାହାଜକୁ ଖୋଜି ଖୋଜି କରିବ ଧ୍ୱଂସ
  • ||
  • ରୋଷେଇ ବେଳେ ଅଘଟଣ: ଆକସ୍ମିକ ଅଗ୍ନିକାଣ୍ଡରେ ଦମ୍ପତି ଜୀବନ୍ତ ଦଗ୍ଧ, ଅନାଥ ହୋଇଗଲା ୯ ମାସ ଶିଶୁ
  • ||

ଭୀଷଣ ସଡ଼କ ଦୁର୍ଘଟଣା; ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଟ୍ରାକ୍ଟରକୁ ଧକ୍କା ଦେଲା ଟ୍ରକ୍, ୮ ମୃତ, ୪୦ ଆହତ

Published By : Ankita S | August 25, 2025 8:08 AM

ଲକ୍ଷ୍ନୌ,୨୫/୦୮: ଅଧାରେ ରହିଲା ଦର୍ଶନ । ବାଟରେ ଜଗିଥିଲା ଯମ । ଉତ୍ତରପ୍ରଦେଶ ବୁଲନ୍ଦଶହରରେ ଆଜି (ସୋମବାର) ଏକ ଭୀଷଣ ସଡ଼କ ଦୁର୍ଘଟଣା ଘଟିଛି । ବୁଲନ୍ଦଶହର ୩୪ ନମ୍ବର ଜାତୀୟ ରାଜପଥ ନିକଟ ଘଟାଲ ଗାଁ ପାଖରେ ରାଜସ୍ଥାନରୁ ଗୋଗାମେଡ଼ି ଯାଉଥିବା ଏକ ଟ୍ରାକ୍ଟରକୁ କଣ୍ଟେନର (ଟ୍ରକ) ଧକ୍କା ଦେଇଛି । ଏଥିରେ ୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୨ ଶିଶୁ ଅଛନ୍ତି । ଟ୍ରାକ୍ଟରରେ ଶ୍ରଦ୍ଧାଳୁ ଥିବା କୁହାଯାଉଛି । ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ବୁଲନ୍ଦଶହର ଏସ୍‌ଏସପି ଦିନେଶ କୁମାର ସିଂହଙ୍କ ସୂଚନା ମୁତାବିକ,''ଟ୍ରାକ୍ଟରରେ ୫୦ରୁ ୬୦ ଜଣ ଶ୍ରଦ୍ଧାଳୁ ଥିଲେ । ସମସ୍ତେ କାଂସଗଞ୍ଜରୁ ଜାହରବୀର (ଗୋଗାଜୀ) ଦର୍ଶନ ପାଇଁ ରାଜସ୍ଥାନର ଗୋଗାମେଡି ଯାଉଥିଲେ । ସେହି ସମୟରେ ଏହି ଦୁର୍ଘଟଣା ଘଟିଛି । ''

ବୁଲନ୍ଦଶହର ଦେହାତ ଏସପି ତେଜସ୍ୱୀ ସିଂହ କହିଛନ୍ତି, ''କାଂସଗଞ୍ଜ ଜନପଥର ସୋରୋ ଥାନା କ୍ଷେତ୍ର ରଫାୟଦପୁର ଗାଁର ପ୍ରାୟ ୬୦ ଜଣ ଶ୍ରଦ୍ଧାଳୁ ରବିବାର ସଂନ୍ଧ୍ୟା ୬ଟାରେ ରାଜସ୍ଥାନର ହନୁମାନଗଡ଼ ଜିଲ୍ଲା ସ୍ଥିତ ଗୋଗାମେଡ଼ି ମନ୍ଦିର ଯାଉଥିଲେ । ଟ୍ରାକ୍ଟରରେ ଯାତ୍ରା ଆରମ୍ଭ କରିଥିଲେ । ବୁଲନ୍ଦଶହର ଅରିନିଆ ଥାନା ସ୍ଥିତ ଘଟାଲା ଗାଁ ନିକଟରେ ଟ୍ରାକ୍ଟରକୁ ପଛରୁ ଦ୍ରୁତ ଗତିରେ ଆସୁଥିବା ଟ୍ରକ୍ ଧକ୍କା ମାରିଛି । ଏତେ ଜୋରରେ ଧକ୍କା ମାରିଛି କି ଟ୍ରାକ୍ଟରରେ ଥିବା ଶ୍ରଦ୍ଧାଳୁ ରାସ୍ତାକୁ ଛିଟିକି ପଡିଥିଲେ । ଦୁର୍ଘଟଣାର ଖବର ପାଇ ତୁରନ୍ତ ପୁଲିସ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲା । ଆମ୍ବୁଲାନ୍ସ ଡାକି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଖୁର୍ଜା ସ୍ଥିତ କୈଳାଶ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ''

କୈଳାଶ ହସ୍ପିଟାଲରେ ୨୯ ଜଣ, ମୁନୀ ସିଏଚଏସିରେ ୧୮, ଜଟିୟା ଡାକ୍ତରଖାନାରେ ୧୦ ଜଣ ଆହତଙ୍କୁ ଭର୍ତ୍ତି କରାଯାଇଥିଲା । କୈଳାଶ ହସ୍ପିଟାଲ ଡାକ୍ତର ଦୁଇ ଶିଶୁଙ୍କ ସମେତ ୬ ଜଣଙ୍କୁ ମୃତ ଘୋଷଣା କରିଛନ୍ତି । ସେହିପରି ମୁନୀ ସିଏଚସିରେ ୨ ଜଣଙ୍କୁ ମୃତ ଘୋଷଣା କରାଯାଇଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.