ଟାଙ୍ଗୀ, ୧୯।୧୧ : ବ୍ଲାଙ୍କ୍ ଫ୍ୟାୟାରିଂ କରି ଲୁଟେରା ନେଇଗଲେ ଟଙ୍କା ଭର୍ତ୍ତି ବ୍ୟାଗ୍ । ଫିଲ୍ମ ଷ୍ଟାଇଲରେ ଲୁଟ୍ ହୋଇଛି ଟଙ୍କା । ବାଣପୁର ଥାନା ଅଧିନସ୍ଥ ଜାତୀୟ ରାଜପଥ ରେ ବନ୍ଧୁକ ମୁନରେ ୮ ଲକ୍ଷ ୩୦ ହଜାର ଟଙ୍କା ଲୁଟ୍ । ଚାଉଳ ମିଲର କର୍ମଚାରୀଙ୍କ ଠାରୁ ଲୁଟ୍ ହୋଇଛି ଏହି ଟଙ୍କା।
ମିଲର କର୍ମଚାରୀ ଏକ କାର୍ ଯୋଗେ ଟଙ୍କା ନେଇ ଯାଉଥିଲେ। ହଠାତ୍ ୩ ଜଣ ଲୁଟେରା ଏକ ବାଇକ୍ ଯୋଗେ ଆସିଥିଲେ । କାର୍ ର କାଚ ଭାଙ୍ଗିଲେ । ୩ ରାଉଣ୍ଡ ବ୍ଲାଙ୍କ୍ ଫ୍ୟାରିଂ କରି ଟଙ୍କା ଭର୍ତ୍ତି ଥିବା ୨ ଟି ବ୍ୟାଗ୍ ସହିତ ମୋବାଇଲ ଫୋନ୍ ଲୁଟ୍ କରି ଚମ୍ପଟ ମାରିଥିଲେ ।
ଟାଙ୍ଗୀ ନିକଟସ୍ଥ ଚଣ୍ଡେଶ୍ୱର ଛକ ନିକଟରେ ଥିବା ଶ୍ରୀ ଶ୍ରୀ ଚଣ୍ଡୀହର ଦେବ ରାଇସ୍ ମିଲ୍ ର କାର୍ ଡ୍ରାଇଭର ଙ୍କ ସମେତ ଆଉ ୨ ଜଣ କର୍ମଚାରୀ ଥିଲେ । ରାଇସ୍ ମିଲ୍ ର କର୍ମଚାରୀ ବିଭିନ୍ନ ସ୍ଥାନରୁ ବକେୟା ଟଙ୍କା ଆଦାୟ କରି ଫେରୁଥିବା ବେଳେ ଏହି ଲୁଟ୍-ପାଟ୍ ହୋଇଛି ।