ବଡବିଲ, ୧୯।୧ : ବଡ଼ବିଲ ବ୍ୟାଙ୍କ୍ ଅଫ ମହାରାଷ୍ଟ୍ରରୁ ସଶସ୍ତ୍ର ଡକାୟତି । ନଗଦ ୮ ଲକ୍ଷ ଟଙ୍କା ଏବଂ ୩/୪ କୋଟି ଟଙ୍କାର ଜୁଏଲାରୀ ଲୁଟ । ୫ ରୁ ୬ ଜଣ ଦୁର୍ବୃତ୍ତ ବ୍ୟାଙ୍କରୁ ଲୁଟ କରିଛନ୍ତି।
ବଡ଼ବିଲ - ବଲାଣି ରାସ୍ତାର ଟ୍ରକ୍ ୱନର ଆସୋସିଏସନ୍ ଅଫିସ ନିକଟରେ ବ୍ୟାଙ୍କ୍ ଅଫ ମହାରାଷ୍ଟ୍ର ରହିଛି। ବ୍ୟାଙ୍କକୁ ୫ରୁ ୬ ଜଣ ଦୁର୍ବୃତ୍ତ ଆସି ବ୍ୟାଙ୍କ୍ ଷ୍ଟାଫ୍ ଏବଂ ଗ୍ରାହକଙ୍କୁ ବନ୍ଧୁକ ଦେଖାଇ ଏକ ଘରେ ବନ୍ଦ କରିଥିଲେ। ପରେ ବ୍ୟାଙ୍କରୁ ଟଙ୍କା ଓ ଜୁଏଲାରୀ ଲୁଟ୍ କରି ଫେରାର ହୋଇଯାଇଥିଲେ। ଖବର ପାଇ ଘଟଣାସ୍ଥଳରେ କେନ୍ଦୁଝର ଏସପି ଓ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।