ଧରାକୋଟ ୨୪/୦୬ ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ସାଜିଥିବା ଧରାକୋଟ ଥାନା ଖାରିଗୁମ୍ମା ରାସ୍ତାରେ ଦୁଇ ଜଣ ଦଳିତ ସଂପ୍ରଦାୟର ବ୍ୟକ୍ତିଙ୍କୁ ଅମାନୁଷିକ ଆକ୍ରମଣ ଘଟଣାରେ ପୁଲିସ ୮ ଜଣକୁ ଗିରଫ କରିଛି। ଏମାନଙ୍କ ମଧ୍ୟରୁ ୮ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜଣେ ନାବାଳକକୁ ଛତ୍ରପୁର ସ୍ଥିତ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଥିବା ଆସିକା ଏସଡିପିଓ ସନ୍ତୋଷ କୁମାର ଜେନା ସୂଚନା ଦେଇଛନ୍ତି।
ଏହି ଘଟଣାରେ ଧରାକୋଟ ପୁଲିସ ଥାନା କେସ୍ ନମ୍ବର ୨୪୦/୨୫ ପ୍ରକାରେ ଏକ ମାମଲା ରୁଜୁ କରି ୮ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। ସେମାନେ ହେଲେ ବ୍ରହ୍ମପୁର ବଡ ବଜାର ରାଜା ସାହିର ଶିବ ଶଙ୍କର ମହାନ୍ତି, ବ୍ରହ୍ମପୁର ଗୋଇଲୁଣ୍ଡି କମାପଲିର ସତ୍ୟ ସାହୁ, ବେଠୁଆର ବାଇନାଥ ବିଷୋୟୀ, ଗଡ ଦାମୋଦର ପଲିର ଓମ ଗୌଡ଼, ଜାହାଡାର ଗଣପତି ପଲାଇ, ଜାହାଡାର ସନ୍ତୋଷ ଡାକୁଆ, ନନ୍ଦିଗୋରର ନାରାୟଣ ଡାକୁଆ, ବ୍ରହ୍ମପୁର ମେଡ଼ିକାଲ କ୍ୟାମ୍ପସର ଶଙ୍କର ଦାସ ଓ ଏହା ସହ ଜଣେ ନାବାଳକ ରହିଛନ୍ତି। ୮ ଜଣଙ୍କୁ ବିଭିନ୍ନ ସଙ୍ଗୀନ ଦଫାରେ କର୍ଟ ଚାଲାଣ କରାଯାଇଥିବା ବେଳେ ନାବାଳକ ଜଣକୁ ଛତ୍ରପୁର ବାଳ ସୁଧାର ଗୃହକୁ ପଠା ଯାଇଛି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ରାଜା ସାମଲ ସମେତ ଦୁଇରୁ ତିନି ଜଣ ଫେରାର ରହିଥିବା ଏହି ଘଟଣାର ତଦନ୍ତକାରି ଅଧିକାରୀ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସନ୍ତୋଷ କୁମାର ଜେନା ସୁଚନା ଦେଇଛନ୍ତି। ଆଜି ପୀଡିତ ଦୁଇ ଜଣ ବାବୁଲା ନାୟକ ଓ ବୁଲୁ ନାୟକ ଅଧିକ ଡାକ୍ତରୀ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ଯାଇଥିବା ପରିବାର ଲୋକେ ସୁଚନା ଦେଇଛନ୍ତି। ଅନ୍ୟ ପକ୍ଷରେ ଏହି ଅମାନବୀୟ ଘଟଣା ପରେ ଆଜି କଂଗ୍ରେସ ଦଳର ଆଦିବାସୀ ଓ ହରିଜନ ସେଲର ଅଧ୍ୟକ୍ଷ ମାନସ ମଲିକଙ୍କ ନେତୃତ୍ୱରେ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ରବୀନ୍ଦ୍ର ଶର୍ମା, ଜୟନ୍ତ ଭୋଇ, ଆଇନଜିବୀ ଭୋକାଲି ସେଠୀ, ଆଇନଜିବୀ ରାଜ କିଶୋର ନାୟକ ପ୍ରମୁଖ ସିଙ୍ଗିପୁର ଗାଁ ରେ ପହଞ୍ଚି ପୀଡିତ ପରିବାରକୁ ସାକ୍ଷାତ କରି ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ମୋହନ ସରକାର ଦଳିତ ଦୁଇ ପରିବାରକୁ ଏକ କୋଟି ଟଙ୍କା ଲେଖାଏଁ ଜରିମାନା ଦେବାକୁ ଦାବୀ କରିଥିଲେ ଓ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଧରାକୋଟ ଥାନରେ ଉପସ୍ଥିତ ଥିବା ଅତିରିକ୍ତ ପୋଲିସ ଆରକ୍ଷୀ ଅଧିକ୍ଷକ ଚିନ୍ମୟ ନାୟକଙ୍କ ସହ ଆଲୋଚନା କରିଥିଲେ। ଆଜିର ଏହି ଘଟଣା ଧରାକୋଟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।