ପ୍ରମୂଖ ଖବର
  • ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ପାଇଁ ୨ ବାଟାଲିଅନ ଗଠନକୁ ମଞ୍ଜୁରି, ୨୦୮୦ ନୂତନ ପଦବୀ ସୃଷ୍ଟି
  • ||
  • କଟକର ୨୧୦ କଲେଜ କର୍ମଚାରୀଙ୍କ ଦରମା ବନ୍ଦ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ, ICC ରିପୋର୍ଟ ନଦେଲେ ହେବ କାର୍ଯ୍ୟାନୁଷ୍ଠାନ
  • ||
  • ରକ୍ଷାବନ୍ଧନରେ ମିଳିବ ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା, ବାଦ୍‌ ପଡ଼ିଥିବା ଲକ୍ଷେ ୮୮ ହଜାର ମହିଳାଙ୍କୁ ପୁଣି ସୁଯୋଗ
  • ||
  • ବଲାଙ୍ଗୀର : ମଦଭାଟିରେ ପହଲବାନଙ୍କୁ ହତ୍ୟା ଅଭିଯୋଗ, ତଦନ୍ତ କରୁଛି ପୁଲିସ
  • ||
  • ଗୁରୁବାର ଶ୍ରୀବିଗ୍ରହଙ୍କ ଚିତାଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଗ୍ୱାଲିୟରରେ ଭୟଙ୍କର ସଡ଼କ ଦୁର୍ଘଟଣା; ୪ ମୃତ, ୬ ଆହତ
  • ||
  • ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି, ଆକାଶପଥକୁ କଡ଼ାକଡ଼ି କଲେ ଦୁଇଦେଶ
  • ||
  • ଗୁରୁବାର ସୃଷ୍ଟି ହେବ ଲଘୁଚାପ : ୨୮ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଆଜିଠୁ ଚତୁର୍ଥ ଟେଷ୍ଟ : ଓଲ୍ଡ ଟ୍ରାଫୋର୍ଡରେ ଭାରତ ପାଇଁ 'କର ବା ମର', ସିରିଜ ବିଜୟ ଲକ୍ଷ୍ୟରେ ଇଂଲଣ୍ଡ
  • ||
  • ଭିଜିଲାନ୍ସ ଜାଲରେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୪ ଟି ସ୍ଥାନରେ ଚଢାଉ
  • ||

ସମ୍ପତ୍ତି ହଡ଼ପ କରିବାକୁ ଷଡ଼ଯନ୍ତ୍ର,୮ ବର୍ଷ ବୟସରେ ୩ ସନ୍ତାନର ଜନନୀ

Published By : Anindita Ratha | July 23, 2025 7:47 AM

ନୂଆଦିଲ୍ଲୀ,୨୩/୦୭: ସମ୍ପତ୍ତି ହଡ଼ପ କରିବାକୁ ଷଡ଼ଯନ୍ତ୍ର। ମାତ୍ର ୮ ବର୍ଷ ବୟସରେ ୩ ଜଣ ପୁତ୍ର ସନ୍ତାନର ଜନନୀ । ତେବେ ଉତ୍ତରପ୍ରଦେଶ ଔରିୟାର ରାମନଗର ଗାଁରୁ ଏଭଳି ଅଜବ ଘଟଣା ସାମ୍ନାକୁ ଆସିଛି। ସେଠାରେ ଜଣେ ମହିଳା ମାତ୍ର ୮ ବର୍ଷ ବୟସରେ ୩ ଜଣ ପୁତ୍ର ସନ୍ତାନର ଜନନୀ ହୋଇଥିବା ସରକାରୀ କାଗଜପତ୍ରରେ ଦର୍ଶାଯାଇଛି । ଏ ନେଇ ଅଭିଯୋଗ ଆସିବା ପରେ ମାମଲାର ତଦନ୍ତ ଆରମ୍ଭ ହୋଇଛି । 


ସୂଚନା ମୁତାବକ, ରାମନଗର ଗାଁର ବାସିନ୍ଦା ନିରାଶ୍ରୟ ମହିଳା କମଲେଶଙ୍କ ସ୍ୱାମୀଙ୍କର ୨୦୨୧ରେ ମୃତ୍ୟୁ ହୋଇଯାଇଥିଲା । ଏକମାତ୍ର ଝିଅର ବି ତା’ପରେ ମୃତ୍ୟୁ ହୋଇଥିଲା । ଏହାପରେ ଶ୍ୱଶ୍ୱର ଘର ଲୋକେ ତାଙ୍କୁ ମାର୍‌ପିଟ କରି ଘରୁ ବାହାର କରିଦେଇଥିଲେ । ଅନ୍ୟ ଉପାୟ ନଥିବାରୁ ସେବେଠାରୁ ସେ ନିଜ ବାପଘରେ ରହି ଆସୁଛନ୍ତି । କମଲେଶଙ୍କ ଅଭିଯୋଗ ଅନୁସାରେ, ତାଙ୍କ ସମ୍ପତ୍ତିଙ୍କୁ ହଡ଼ପ କରିବାକୁ ଶ୍ୱଶ୍ୱର ଘର ଲୋକେ ତାଙ୍କ ସ୍ୱାମୀଙ୍କର ଜଣେ ଦ୍ୱିତୀୟ ପତ୍ନୀ ଗୁଡ୍ଡି ଦେବୀ ଥିବା ଦର୍ଶାଇଛନ୍ତି । ଗୁଡ୍ଡୀ ଦେବୀଙ୍କର ୩ ଜଣ ପୁତ୍ର ଶିବପୂଜନ, ସୋନୁ, ପପ୍ପୁ ରହିଥିବା ବି ସେମାନେ ଦାବି କରୁଛନ୍ତି । କେବଳ ସେତିକି ନୁହେଁ, ପଞ୍ଚାୟତ ଅଧିକାରୀଙ୍କ ସହ ମିଶି ସେମାନେ ଏହି ତଥ୍ୟକୁ ପରିବାର ରେଜିଷ୍ଟରରେ ମଧ୍ୟ ଚଢ଼ାଇ ଦେଇଛନ୍ତି । 

ରେଜିଷ୍ଟରରେ ଗୁଡ୍ଡୀ ଦେବୀଙ୍କ ଜନ୍ମତିଥି ୧୯୮୪ ମସିହା ଜାନୁଆରୀ ୧ ତାରିଖରେ ହୋଇଥିବା ଦର୍ଶାଯାଇଛି । ତାଙ୍କର ୩ ପୁଅଙ୍କ ଜନ୍ମ ଯଥାକ୍ରମେ ୧୯୮୯, ୧୯୯୦ ଓ ୧୯୯୨ ମସିହାରେ ହୋଇଥିବା ଉଲ୍ଲେଖ ରହିଛି । ଅର୍ଥାତ୍‌ କାଗଜପତ୍ରରେ ଗୁଡ୍ଡୀ ଦେବୀ ମାତ୍ର ୫ ବର୍ଷ ବୟସରେ ମା’ ହୋଇଥିଲେ । ୮ବର୍ଷର ହେବାବେଳକୁ ତାଙ୍କର ୩ଟି ପିଲା ହୋଇଯାଇଥିଲେ । ଏହି ଜାଲିଆତିକୁ ନେଇ କମଲେଶ ମୋଟ ୧୨ ଜଣ ଲୋକଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.