ନୂଆଦିଲ୍ଲୀ,୦୭/୦୭: ଆମେରିକାର ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି । ଯେଉଁଆଡ଼େ ଚାହିଁଲେ ଖାଲି ପାଣି ଆଉ ପାଣି । ହାହାକର ପରିସ୍ଥିତି ସୃଷ୍ଟି କରିଛି ବନ୍ୟା । ପ୍ରବଳ ବର୍ଷା ଯୋଗୁଁ ବନ୍ୟାରେ ସ୍ଥିତିରେ ୮୨ ଜଣଙ୍କର ମୃତ୍ୟୁ ହୋଇଛି । ୧୧ ଝିଅଙ୍କର ପତ୍ତା ମିଳୁନାହିଁ । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ ଚାଲିଛି । ନିଖୋଜ ଲୋକଙ୍କୁ ଖୋଜି ଖୋଜି କାର୍ଯ୍ୟ ଜାରି ରହିଛି । ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଧନଜୀବନ ନଷ୍ଟ ହୋଇଛି । ଆଜି ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଗ୍ରସ୍ତ କରିପାରନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।
ଆମେରିକାର ଦକ୍ଷିଣ-କେନ୍ଦ୍ରୀୟ ଟେକ୍ସାସର ହଣ୍ଟରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଗୁୱାଡଲୁପ ନଦୀରେ ଅଚାନକ ଆସିଥିବା ବନ୍ୟାରେ ଅତି କମ୍ରେ ୮୨ ଜଣଙ୍କର ମୃତ୍ୟୁ ହୋଇଛି । ରବିବାର ସୁଦ୍ଧା ଟେକ୍ସାସରେ ହୋଇଥିବା ଭୟଙ୍କର ବନ୍ୟାରେ ମୃତ୍ୟୁସଂଖ୍ୟା ୮୨ରେ ପହଞ୍ଚିଛି । ଅଧିକାଂଶ କ୍ଷୟକ୍ଷତି କେର କାଉଣ୍ଟିରେ ହୋଇଛି । ଯେଉଁଠାରେ ୨୮ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି, ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି । ଅନେକ ଲୋକ ଏବେ ବି ନିଖୋଜ ଅଛନ୍ତି,ଯେଉଁଥିରେ ଏକ ସମର କ୍ୟାମ୍ପରୁ ୧୧ ଜଣ ଝିଅଙ୍କର କୌଣସି ଖୋଜଖବର ମିଳୁନାହିଁ। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାରୀ ଟିମ୍ ତାଙ୍କୁ ଖୋଜା ଖୋଜି ଜାରି ରଖିଛନ୍ତି । ୩୬ ଘଣ୍ଟାରେ ୮୫୦ ଜଣଙ୍କୁ ଉଦ୍ଧାର କରାଯାଇଛି । ଏକ ସମରକ୍ୟାମ୍ପକୁ ଆସିଥିବା କିଛି ଝିଅଙ୍କ ମଧ୍ୟରୁ ୧୧ ଜଣଙ୍କର ପତ୍ତା ମିଳୁନାହିଁ । କ୍ୟାମ୍ପରୁ ସେମାନେ କିପରି ନିଖୋଜ ହେଲେ ଏନେଇ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି । ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।
କେର୍ କାଉଣ୍ଟି ସେରିଫ୍ ଲାରି ଲିଥା କହିଛନ୍ତି, ଉଦ୍ଧାରକାରୀ ଦଳ ଶନିବାର ୧୬ ମୃତଦେହ ଉଦ୍ଧାର କରିଛନ୍ତି । ଯେଉଁଥିରେ କାଉଣ୍ଟିର ମୃତ୍ୟୁସଂଖ୍ୟା ୬୮ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରେ ୪୦ ବୟସ୍କ, ୨୮ ଶିଶୁ ରହିଛନ୍ତି । ଯେ ପର୍ଯ୍ୟନ୍ତ ନିଖୋଜ ସମସ୍ତଙ୍କ ପତ୍ତା ନମିଳିଛି ସେ ପର୍ଯ୍ୟନ୍ତ ସନ୍ଧାନ ଜାରି ରହିବ । ଉଦ୍ଧାରକାରୀ ଦଳ ଯୁଦ୍ଧକାଳୀନ ଭିତ୍ତିରେ ରେସ୍କ୍ୟୁ ଜାରି ରଖିଛନ୍ତି । ଉପୁଡ଼ି ପଡିଥିବା ଗଛ, ଓଲଟିପଡିଥିବା କାର,କାଦୁଅ ଭିତରେ ପଶି ଲୋକଙ୍କୁ ଉଦ୍ଧାର କରୁଛନ୍ତି । ହେଲେ ସମର କ୍ୟାମ୍ପରୁ ନିଖୋଜ ୧୧ ଝିଅଙ୍କର କିଛି ଖବର ମିଳିନଥିବା ଟିମ୍ ପକ୍ଷରୁ କୁହାଯାଇଛି ।