ନୂଆଦିଲ୍ଲୀ, ୦୮/୦୬ : ଅଷ୍ଟମ ବେତନ କମିଶନ ପୁଣି ଥରେ ପରାମର୍ଶ ସମୟସୀମା ବୃଦ୍ଧି କରିଛି। ଏବେ ୧୫ ଜୁନ୍ ଯାଏଁ ସମସ୍ତ ଷ୍ଟେକହୋଲ୍ଡର୍ସ ତାଙ୍କର ପରାମର୍ଶ ଦେଇପାରିବେ। ପ୍ରଥମେ ଏହି ଡେଡଲାଇନ୍ ୨୦୨୬ ମାର୍ଚ୍ଚ ୫ ଯାଏଁ ଥିଲା। ଏହାପରେ ଡେଡଲାଇନକୁ ଏପ୍ରିଲ ୩୦ ଯାଏଁ ବୃଦ୍ଧି କରାଯାଇଥିଲା। ପରେ ଏହାକୁ ମେ ୩୧ ଯାଏଁ ବୃଦ୍ଧି କରାଯାଇଥିଲା। ଏହି ପ୍ରକ୍ରିୟାରେ ଲଗାତର ଡେଡଲାଇନ୍ ବଢିବା କାରଣରୁ ପେ କମିଶନ ତାହାର ରିପୋର୍ଟ ଜମା କରିବାରେ ଆହୁରି ସମୟ ନେବ ବୋଲି ଅନୁମାନ କରାଯାଉଛି। ଏମିତିରେ ପ୍ରକ୍ରିୟା ବିଳମ୍ଵ କାରଣରୁ ଏବେ କର୍ମଚାରୀଙ୍କ ମଧ୍ୟରେ ଏରିଅରକୁ ନେଇ ବଡ଼ ପ୍ରଶ୍ନ ଉଠିଛି।
ରିପୋର୍ଟ ଅନୁସାରେ, କେନ୍ଦ୍ରୀୟ କର୍ମଚାରୀଙ୍କୁ ୫ ଲକ୍ଷ ଟଙ୍କାରୁ ୧୪ ଲକ୍ଷ ଟଙ୍କାର ଏରିଅର୍ ମିଳିପାରେ। ତେବେ ପ୍ରତି ୧୦ ବର୍ଷରେ ଥରେ ପେ କମିଶନ ଗଠନ ହୁଏ। ସପ୍ତମ ବେତନ ଆୟୋଗର ସମୟସୀମା ୨୦୨୫ ଡିସେମ୍ଵର ୩୧ରେ ସମାପ୍ତ ହୋଇଛି। ୨୦୨୬ ଜାନୁଆରୀ ୧ରୁ ଅଷ୍ଟମ ବେତନ ଆୟୋଗ ଲାଗୁ ହୋଇଛି। ହେଲେ ପେ କମିଶନର ରିପୋର୍ଟ ପ୍ରସ୍ତୁତ ହୋଇନଥିବା କାରଣରୁ ଏବେବି କର୍ମଚାରୀଙ୍କୁ ସପ୍ତମ ବେତନ କମିଶନ ହିସାବରେ ଦରମା ମିଳୁଛି। ଆୟୋଗର ରିପୋର୍ଟ ତିଆରି ହୋଇସାରିବା ପରେ କର୍ମଚାରୀଙ୍କୁ ଅଷ୍ଟମ ବେତନ କମିଶନ ହିସାବରେ ଦରମା ମିଳିବ। କାରଣ ପେ କମିଶନ ଜାନୁଆରୀ ୧ଠାରୁ ଲାଗୁ ହେବ। ଏଥିପାଇଁ ଏକ ବଡ଼ ଏରିଅର୍ ଆମାଉଣ୍ଟ କର୍ମଚାରୀଙ୍କୁ ମିଳିବ।
ତେବେ ଏରିଅର୍ ଫିଟମେଣ୍ଟ ଫ୍ୟାକ୍ଟର ଉପରେ ନିର୍ଭର କରେ। ସପ୍ତମ ବେତନ ଆୟୋଗ ସମୟରେ ଫିଟମେଣ୍ଟ ଫ୍ୟାକ୍ଟର ୨.୫୭ ରଖାଯାଇଥିଲା। ଅଷ୍ଟମ ବେତନ କମିଶନ ସମୟରେ ଫିଟମେଣ୍ଟ ଫ୍ୟାକ୍ଟର ୩.୬୮ ହୋଇପାରେ ବୋଲି ଅନୁମାନ କରାଯାଉଛି। ଯଦି ଏହି ଫିଟମେଣ୍ଟ ଫ୍ୟାକ୍ଟର ଲାଗୁ ହୁଏ, ତେବେ ବେସିକ୍ ପେ ୧୮ ହଜାରରୁ ୬୬୨୪୦ ଟଙ୍କା ହୋଇଯିବ। କେନ୍ଦ୍ରୀୟ କର୍ମଚାରୀଙ୍କ ମାସିକ ଦରମାରେ ୪୮ ହଜାର ୨୪୦ ଟଙ୍କା ବୃଦ୍ଧି ହେବ। ଉଦାହରଣ ସ୍ଵରୂପ ୧୦ ମାସର ଏରିଅର୍ ହିସାବକୁ ନେଲେ ୪ ଲକ୍ଷ ୮୨ ହଜାର ୪୦୦ ଟଙ୍କା ମିଳିବ।
ଆହୁରି ପଢନ୍ତୁ- ସୁନା-ରୁପା ବଜାରରେ ବଡ଼ କ୍ରାସ୍: ରୁପା ୮,୯୦୦ ଓ ସୁନା ୨,୪୦୦ ଶସ୍ତା, ଜାଣନ୍ତୁ ଆଜିର ଦର
କ୍ୟାବିନେଟ ସଚିବ ପୋଷ୍ଟରେ ଥିବା ଅଧିକାରୀଙ୍କ ବେସିକ୍ ପେ ଏବେ ସପ୍ତମ ବେତନ କମିଶନ ହିସାବରେ ୪ ଲକ୍ଷ ୮୨ ହଜାର ୪୦୦ ଟଙ୍କା ଅଛି। ଯଦି ୩.୬୮ ଫିଟମେଣ୍ଟ ଫ୍ୟାକ୍ଟର ଲାଗୁ ହେବ ତାହେଲେ ବେସିକ୍ ପେ ବଢି ୯ ଲକ୍ଷ ୨୦ ହଜାର ହୋଇଯିବ। ମାସିକ ଦରମା ପ୍ରାୟ ୬ ଲକ୍ଷ ୭୦ ହଜାର ଟଙ୍କାକୁ ବୃଦ୍ଧି ହୋଇଯିବ। ଏମିତିରେ ୨ ମାସର ଏରିଅର ୧୩ ଲକ୍ଷ ୪୦ ହଜାର ଟଙ୍କା ମିଳିବ। ତେବେ ଏଥର ଫିଟମେଣ୍ଟ ଫ୍ୟାକ୍ଟର ୨.୨୮ ରୁ ୨.୮୬ ରଖାଯାଇପାରେ।
ଚନ୍ଦ୍ରତାଲ ହ୍ରଦ ଏଠାରେ ଜଳକ୍ରୀଡ଼ା କରନ୍ତି ଜଳପରୀ..ମଣିଷକୁ ସମ୍ମୋହିତ କରେ ଏ ହ୍ରଦ..