ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

କାର୍‌ରୁ ୯ ଗୋରୁ ଉଦ୍ଧାର, ୨ ଗିରଫ

Published By : Harapriya Sethi | December 5, 2024 7:20 AM

ଭଦ୍ରକ,୦୫/୧୨: ଚୋରା କୋଇଲା ପରେ ଏବେ ଟାର୍ଗେଟରେ ଚୋରା ଗୋରୁ ଚାଲାଣ କାରୀ । କାର୍‌ରେ ଗୋରୁ ଚାଲାଣ ବେଳେ ମାଡ଼ି ବସିଲା ଭଦ୍ରକ ପୋଲିସ । କାର୍‌ରୁ ଉଦ୍ଧାର ହେଲେ ୯ ଗୋରୁ ଏବଂ ଗିରଫ ହେଲେ ଦୁଇ ଜଣ । ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ଅଞ୍ଚଳରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅଧୀନ କାଉପୁର ଅଞ୍ଚଳରୁ ବେଆଇନ ଗୋରୁ ଚାଲାଣ ହେଉଥିବା ନେଇ ପୋଲିସ ଏକ ବିଶେଷ ସୂତ୍ରରୁ ଖବର ପାଇଥିଲା । ଖବର ପାଇ ଭଦ୍ରକ ସହରାଞ୍ଚଳ ଥାନାଧିକାରୀଙ୍କ ସହ ଏକ ଟିମ୍ ଜଗି ରହିଥିଲା । ଗୋଟିଏ କାର୍‌ରେ ୯ଟି ଗୋରୁ ବୋଝେଇ କରି ଆଣିବା ପରେ ଏକ ମଶାଣି ନିକଟରେ ଓହ୍ଲାଇବା ପୂର୍ବରୁ ମାଡ଼ି ବସିଥିଲା ପୋଲିସ । ଚଢାଉ କରି ସମସ୍ତ ଗୋରୁଙ୍କୁ ଉଦ୍ଧାର କରିଛି । ଏହା ସହ ଘଟଣାରେ ସମ୍ପୃକ୍ତ ଥିବା ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.