ରାଉରକେଲା,୯।୪ : ରାଉରକେଲା ପୋଲିସ ହାତରେ ଅନ୍ତର୍ଜାତୀୟ ସାଇବର ଲୁଟେରା। ୯ ଅର୍ନ୍ତଜାତୀୟ  ସାଇବର ଲୁଟେରା ଗିରଫ  । ସେମାନଙ୍କ ନିକଟରୁ  ଲ୍ୟାପଟପ , ମୋବାଇଲ , ସିମ , ଡେବିଟ କାର୍ଡ , ଟଙ୍କା ଗଣତି ମେସିନ ଜବତ । ଏଥି ସହ ଫ୍ରିଜ କରାଯାଇଛି କୋଟିଏ  ୪୧ ଲକ୍ଷ । ଗିରଫ ୯ ଜଣ ମଧ୍ୟରୁ ୮ଜଣଙ୍କ ଘର  ଛତିଶଗଡ଼ରେ ହୋଇଥିବା ବେଳେ ଜଣେ  ଉତ୍ତରାଖଣ୍ଡ ଅଞ୍ଚଳର।

ରାଉରକେଲା ସହରର ସିଭିଲ ଟାଉନସିପରେ  ଏକ ଭଢ଼ା ଘରେ ରହି  ସେଠାରୁ ନେଟଓ୍ବାର୍କ ଚଲାଉଥିଲେ ଏହି ସାଇବର ଲୁଟେରା ।  ଖବର ପାଇ ରାଉରକେଲା ପୋଲିସ ଚଢାଉ କରି ଏହି ସାଇବର ଲୁଟେରାଙ୍କୁ ଧରିଥିଲା। ସେମାନଙ୍କ  ଠାରୁ ୫ଟି ଲ୍ୟାପଟପ , ୩୧ ଟି ସ୍ୱାର୍ଟ ଫୋନ , ବିଭିନ୍ନ କଂପାନୀର ୬୮ ସିମକାର୍ଡ଼ ,   ୨୦ଟି ଅଧାର, ପ୍ୟାନ କାଡ଼ ,  ବ୍ୟାଙ୍କ ପାଶ ବୁକ୍ ସହ ଚେକ ବୁକ୍ , ୪ଟି  ବିଭିନ୍ନ ବ୍ୟାଙ୍କର ୧୯ ଗୋଟି ଡେବିଟ କାର୍ଡ଼ , ଟଙ୍କା ଗଣତି ମେସିନ , ଗୋଟିଏ କାର ,ଗୋଟିଏ ସ୍କୁଟି ପୋଲିସ ଜବତ କରିଛି। ଏଥି  ସହ ବିଭିନ୍ନ ବ୍ୟାଙ୍କରେ ଥିବା ୧୭୬ ଆକାଉଣ୍ଟ  ପୋଲିସ ଫ୍ରିଜ କରିଛି। ଯେଉଁଥିରେ ଅଛି କୋଟିଏ ୪୧ଲକ୍ଷ ଟଙ୍କା । ସାଇବର ଲୁଟେରାର ମାଷ୍ଟର ମାଇଁଣ୍ଡ ୟୁଏଇରେ ରହି ନେଟଓ୍ବାର୍କ ଚଲାଉଥିଲା ବିଭିନ୍ନ ବେଆଇନ ଆପ ମାଧ୍ୟମରେ  କୋଟି କୋଟି ଲୁଟ କରିଛନ୍ତି ବୋଲି ରାଉରକେଲା ଏସପି କହିଛନ୍ତି।