ପ୍ରମୂଖ ଖବର
  • ଅକ୍ଷୟ ତୃତୀୟରେ ଚାଷୀଙ୍କୁ ମିଳିଲା ସିଏମ୍‌ କିଷାନ ଟଙ୍କା, ୧୦୨୫ କୋଟି ଟଙ୍କା ବାଣ୍ଟିଲେ ସରକାର
  • ||
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

୯ ଅନ୍ତର୍ଜାତୀୟ ସାଇବର ଲୁଟେରା ଗିରଫ, ୩୧ ମୋବାଇଲ ଜବତ

Published By : Prameya | April 9, 2025 4:54 PM

ରାଉରକେଲା,୯।୪ : ରାଉରକେଲା ପୋଲିସ ହାତରେ ଅନ୍ତର୍ଜାତୀୟ ସାଇବର ଲୁଟେରା। ୯ ଅର୍ନ୍ତଜାତୀୟ  ସାଇବର ଲୁଟେରା ଗିରଫ  । ସେମାନଙ୍କ ନିକଟରୁ  ଲ୍ୟାପଟପ , ମୋବାଇଲ , ସିମ , ଡେବିଟ କାର୍ଡ , ଟଙ୍କା ଗଣତି ମେସିନ ଜବତ । ଏଥି ସହ ଫ୍ରିଜ କରାଯାଇଛି କୋଟିଏ  ୪୧ ଲକ୍ଷ । ଗିରଫ ୯ ଜଣ ମଧ୍ୟରୁ ୮ଜଣଙ୍କ ଘର  ଛତିଶଗଡ଼ରେ ହୋଇଥିବା ବେଳେ ଜଣେ  ଉତ୍ତରାଖଣ୍ଡ ଅଞ୍ଚଳର।

ରାଉରକେଲା ସହରର ସିଭିଲ ଟାଉନସିପରେ  ଏକ ଭଢ଼ା ଘରେ ରହି  ସେଠାରୁ ନେଟଓ୍ବାର୍କ ଚଲାଉଥିଲେ ଏହି ସାଇବର ଲୁଟେରା ।  ଖବର ପାଇ ରାଉରକେଲା ପୋଲିସ ଚଢାଉ କରି ଏହି ସାଇବର ଲୁଟେରାଙ୍କୁ ଧରିଥିଲା। ସେମାନଙ୍କ  ଠାରୁ ୫ଟି ଲ୍ୟାପଟପ , ୩୧ ଟି ସ୍ୱାର୍ଟ ଫୋନ , ବିଭିନ୍ନ କଂପାନୀର ୬୮ ସିମକାର୍ଡ଼ ,   ୨୦ଟି ଅଧାର, ପ୍ୟାନ କାଡ଼ ,  ବ୍ୟାଙ୍କ ପାଶ ବୁକ୍ ସହ ଚେକ ବୁକ୍ , ୪ଟି  ବିଭିନ୍ନ ବ୍ୟାଙ୍କର ୧୯ ଗୋଟି ଡେବିଟ କାର୍ଡ଼ , ଟଙ୍କା ଗଣତି ମେସିନ , ଗୋଟିଏ କାର ,ଗୋଟିଏ ସ୍କୁଟି ପୋଲିସ ଜବତ କରିଛି। ଏଥି  ସହ ବିଭିନ୍ନ ବ୍ୟାଙ୍କରେ ଥିବା ୧୭୬ ଆକାଉଣ୍ଟ  ପୋଲିସ ଫ୍ରିଜ କରିଛି। ଯେଉଁଥିରେ ଅଛି କୋଟିଏ ୪୧ଲକ୍ଷ ଟଙ୍କା । ସାଇବର ଲୁଟେରାର ମାଷ୍ଟର ମାଇଁଣ୍ଡ ୟୁଏଇରେ ରହି ନେଟଓ୍ବାର୍କ ଚଲାଉଥିଲା ବିଭିନ୍ନ ବେଆଇନ ଆପ ମାଧ୍ୟମରେ  କୋଟି କୋଟି ଲୁଟ କରିଛନ୍ତି ବୋଲି ରାଉରକେଲା ଏସପି କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.