ଭୁବନେଶ୍ବର, ୨୦।୪ : SIR ପ୍ରସଙ୍ଗରେ ବିଭିନ୍ନ ଦଳମାନଙ୍କ ସହ ଭାରତୀୟ ନିର୍ବାଚନ ଅଧିକାରୀ ଦିଲ୍ଲୀରେ ଆଲୋଚନା କରିଥିଲେ। ଆମେ ୧୯.୦୮.୨୫ରେ ଦିଲ୍ଲୀରେ ଆଲୋଚନା କରିଥିଲୁ। ପ୍ରତିବର୍ଷ ୭ ଲକ୍ଷ ଭୋଟର କଟିଥାନ୍ତି । କିନ୍ତୁ ଏଥର ରିପୋର୍ଟ ଆମକୁ ଆଶ୍ଚର୍ଯ୍ୟ କରିଛି । ଯାହା ଦର୍ଶାଯାଇଛି ପାଖାପାଖି ମୃତ୍ୟୁସଂଖ୍ୟା ୩ ଲକ୍ଷ ଅଧିକ ରହିଛି । ଏତେ ସଂଖ୍ୟକ ଭୋଟର କଟିବା ଆମକୁ ଆଶ୍ଚର୍ଯ୍ୟ କରୁଛି ବୋଲି ବିଜେଡି ଉପସଭାପତି ଦେବୀ ମିଶ୍ର ଓ ବିରୋଧୀ ଦଳ ଉପ ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି। ଜାଣିଶୁଣି ଭୋଟରମାନଙ୍କୁ ତାଲିକାରୁ କାଟି ଦିଆଯାଇ ନାହିଁ ତ ? ଲୋକଙ୍କ ଅଧିକାର ଛଡ଼ାଇ ନିଆଯାଉ ନାହିଁ ତ । ଆମେ ଚାହୁଁ ଲୋକେ ନିଜର ମୌଳିକ ଅଧିକାର ଭୋଟ ଦେବା ଅଧିକାରରୁ କେହି ବଞ୍ଚିତ ନ ରୁହନ୍ତୁ ବୋଲି କହିଛନ୍ତି।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିବାନୁଯାୟୀ ୯ ଲକ୍ଷ ୮୦ ହଜାର ଭୋଟରଙ୍କୁ ବାଦ ଦିଆଯାଇଛି। ଯାହାକି ଆଶ୍ଚର୍ଯ୍ୟ ଲାଗୁଛି । ଓଡିଶାରୁ ବାହାରକୁ ଯାଉଥିବା ଲୋକଙ୍କ ଭୋଟର ଲିଷ୍ଟରେ ନାଁ ରହିବା ଦରକାର। BLO ତଦାରଖ କରିବା ଆବଶ୍ୟକ। ଗଣତନ୍ତ୍ରର କଣ୍ଠ ସଂକୁଚିତ ହେଉଛି । ଏତେ ଭୋଟର ବାଦ ହେବା, ଆମକୁ ଠିକ ଲାଗୁନି। ଭୋଟର ତାଲିକାରୁ ବାଦ ଦିଆଯାଉଥିବା ଲୋକେ ସରକାରୀ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଯାହାକି ଗଣତନ୍ତ୍ର ପ୍ରତି ବିପଦ ବୋଲି ସେ କହିଛନ୍ତି ।
ଅନ୍ୟ ରାଜ୍ୟ ମାନଙ୍କରେ SIR ହୋଇଥିଲା। କୋଟି କୋଟି ଲୋକଙ୍କୁ ବାଦ୍ ଦିଆଯାଇଛି । ସମ୍ପୂର୍ଣ୍ଣ ବିଧି ବ୍ୟବସ୍ଥା ଦ୍ୱାରା ହୋଇ ନାହିଁ । ୧୨ ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏହା ସରିଛି । ୧୨ ରାଜ୍ୟରେ ସମୁଦାୟ ୪ କୋଟି ଲୋକଙ୍କୁ କାଟି ଦିଆଯାଇଛି । ଯାହାଫଳରେ ସେଠାରେ ବଡ଼ବଡ଼ ଆନ୍ଦୋଳନ ଦେଖାଦେଇଛି । ଲୋକଙ୍କ ଗଣତନ୍ତ୍ର ଅଧିକାରକୁ ଛଡ଼ାଇ ନିଆଯିବ। ଭୋଟ ଦେବାରୁ ବଞ୍ଚିତ ହେବା ସହ ଆନୁଷଙ୍ଗିକ ସରକାରୀ ସୁବିଧା ଓ ଅଧିକାରରୁ ବଞ୍ଚିତ ହେବେ କଟିଥିବ ଭୋଟର । ବର୍ଷ ତଳେ ସ୍ଥାନିତ ହୋଇଥିଲେ ଭୋଟର, ହେଲେ ଦେଢ଼ ବର୍ଷ ବିତି ନଥିବା ବେଳେ ସେମାନଙ୍କୁ ଭୋଟର ତାଲିକାରୁ କାଟି ଦିଆଯାଇଛି । ଆମ ସନ୍ଦେହ ନିର୍ବାଚନ କମିଶନ ଦୂର କରନ୍ତୁ ବୋଲି ଦେବୀ ମିଶ୍ର ଓ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି।