ହରଭଙ୍ଗା, ୧୮।୧ : ମ ଗଡଜାତ ଲୋକ ମହୋତ୍ସବ ରବିବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି । କଳାକାରଙ୍କ ନୃତ୍ୟୁରେ ମଞ୍ଚ ଦୁଲିକିଥିଲା। ଦର୍ଶକମାନେ କଳାକାରଙ୍କ ନୃତ୍ୟ ଓ ସଙ୍ଗୀତକୁ ଉପଭୋଗ କରିଥିଲେ।
ବିରାମଚନ୍ଦ୍ରପୁର ବାବା ସୁବର୍ନେଶ୍ଵର ମନ୍ଦିରରେ ପୂଜାଅର୍ଚନା କରାଯାଇ ଏକ ବିରାଟ ଶୋଭାଯାତ୍ରା ବାହାରିଥିଲା। ବାବାଙ୍କର ଆଜ୍ଞl ମାଳଙ୍କୁନେଇ ମହୋତ୍ସବ ପଡିଆରେ ଶଙ୍କର ଭଗବାନଙ୍କ ଦିବ୍ୟ ଜ୍ୟୋତି ସ୍ଥାପନା କରାଯାଇଥିଲା । ଏହି ଶୋଭାଯାତ୍ରାରେ ଅଂଚଳର ଦଣ୍ଡନାଚ, ଦୂଲଦୁଲି, କୃଷ୍ଣଗୁରୁ,ନାମ, ସଂକୀର୍ତ୍ତନ ପରିବେଷଣ ହୋଇଥିଲା। ମହୋତ୍ସବର ସଭାପତି ବିଶ୍ୱଜିତ ମିଶ୍ରଙ୍କ ସଭାପତିତ୍ୱରେ ଉଦଘାଟନି ଦିବସରେ ମୁଖ୍ୟଅତିଥି ଭାବେ ସୋନପୁର ଜିଲ୍ଲାପାଳ ଡା ନୃପରାଜ ସାହୁ ଯୋଗ ଦେଇଥିଲେ । ଅତିଥିପରିଚୟ ବିଜୟ କୁମାର ସାହୁ ଦେଇଥିବା ବେଳେ ଲିଙ୍ଗରାଜ ମହାକୁଳ ଧନ୍ୟବାଦ ଅର୍ପଣ କରିଥିଲେ। ମହୋତ୍ସବ କମିଟିର ସମ୍ପାଦକ ଓ ସମସ୍ତ ସଭ୍ୟ ଉପସ୍ଥିତ ଥିଲେ l
ପ୍ରଥମ ସନ୍ଧ୍ୟାରେ ସ୍ଥାନୀୟ କଳାକାର ନୃତ୍ୟରେ ମଞ୍ଚ ଦୁଲୁକିଥିଲା। ସମ୍ବଲପୁରୀ ନୃତ୍ୟ ଓ ନାଚ ଗୀତ ପରିବେଷଣ କଳାଯାଇଥିଲା। , ସାଧୁଚରଣ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ୱାରା ସଂଗୀତ ଗାନ, ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍ଥାନିୟ କଳା, ସଂସ୍କୃତି ଓ ପରମ୍ପରା କୁ ପୁନର୍ଜୀବିତ କରିବା ପାଇଁ ଦୀର୍ଘ ନଅବର୍ଷ ହେଲା ଗଡା଼ଜାତ ଲୋକ ମହୋତ୍ସବ ଅନୁଷ୍ଠିତ ହୋଇ ଆସୁଅଛି । ମହୋତ୍ସବରେ ବିଭିନ୍ନ ସୁସ୍ଵlଦୁ ଖାଦ୍ୟ ଷ୍ଟଲ, ମିନlବଜାରର ମଜା ଲୋକମାନେ ଉଠାଇଥିଲେ।