ଭବାନୀପାଟଣା,୧୮/୯ : ଭବାନୀପାଟଣାଠାରେ ଥିବା ନକ୍‌ଟିଗୁଡ଼ା ଦୁର୍ଗାପୂଜା କମିଟି ୧୫ବର୍ଷରେ ପଦାର୍ପଣ କରିଛି । ଗତ ବର୍ଷ ରୁଷିଆର ପ୍ରସିଦ୍ଧ ହର୍ମିଟେଜ୍ ମ୍ୟୁଜିୟମ୍‌' ସଦୃଶ ମଣ୍ଡପ ନିର୍ମାଣ କରି ଚର୍ଚ୍ଚାରେ ଥିବା ଏହି ପୂଜା କମିଟି, ଚଳିତ ବର୍ଷ ରାଜସ୍ଥାନ ଜୟପୁର ପ୍ରସିଦ୍ଧ ହାୱା ମହଲସଦୃଶ ମଣ୍ଡପ ନିର୍ମାଣ କରାଯାଉଛି । ୬୦ଫୁଟ ଉଚ୍ଚତ ଓ ୧୧୫ଫୁଟ୍ ପ୍ରସ୍ଥାର ବିରାଟକାୟ ମହଲ ନିର୍ମାଣରେ ଶତାଧିକ କାରିଗର ଲାଗିଛନ୍ତି । ମଣ୍ଡପରେ ସଉଚ୍ଚତାର ମାଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଇବେ ।

ସମ୍ପୂର୍ଣ୍ଣ ଅଞ୍ଚଳକୁ ରାଜସ୍ଥାନୀ ସଂସ୍କୃତି ଓ ପରିବେଶ ସୃଷ୍ଟି କରାଯିବ। ଆଲୋକମାଳା ସାଜସଜ୍ଜା କରାଯିବା ସହ ମାଁ  ମାଣିକେଶ୍ବରୀଙ୍କ ସିଂହ ଦ୍ଵାର ତୋରଣ ପୂଜାର ଶୋଭା ବଢ଼ାଇବ । ଯାହାକି ବିଶେଷ ଆକର୍ଷଣ ବଢାଇବ। ଏହା ସହିତ ହଜାର ସଂଖ୍ୟାରେ କଳସ ଯାତ୍ରାରେ ସାମିଲ ହେବାକୁ ଥିବା ସମସ୍ତ ମହିଳା ରାଜସ୍ଥାନୀ ବେଶଭୂଷା ଧାରଣ କରିବେ। ନବରାତ୍ରୀ ପୂଜା କରାଯିବ। ରାବଣପୋଡ଼ି କରାଯିବ। ଲାଖମରା ଦିନ ମା’ ମାଣିକେଶ୍ବରୀଙ୍କ ଭବ୍ୟ ସ୍ଵାଗତ କରାଯିବ। ଶାନ୍ତି ଶୃଙ୍ଖଳାର ସହ ପୂଜା ଶେଷ କରିବାକୁ କମିଟି ପକ୍ଷରୁ ସମସ୍ତ ସଦସ୍ୟ ନିୟୋଜିତ ହେବେ। ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସ ସହଯୋଗ ନିଆଯାଇଛି। ପ୍ରତିବର୍ଷ ଭଳି ଏଥର ମଧ୍ୟ ମୀନାବଜାର ରହିଥିବାବେଳେ ମହିଳା ଦଣ୍ଡ ନୃତ୍ୟନୃତ୍ୟ ପ୍ରତିଯୋଗିତା ଭଳି ଏକାଧିକ ମନୋରଂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ନକ୍‌ଟିଗୁଡ଼ା ଦୁର୍ଗାପୂଜା କମିଟି ସଭାପତି ସାନ୍ତ ଖମାରୀ କହିଛନ୍ତି ।