ଖୁଣ୍ଟା,୧୮/୧୦ : ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧିନ ତଥା ଶିମିଳିପାଳ ଅଭୟାରଣ୍ୟରେ ଥିବା ଟୁଙ୍କି ଜଳ ପ୍ରପାତରେ ବୁଡ଼ି ଜଣେ ଇଞ୍ଜିନିୟରିଙ୍ଗ ଛାତ୍ରଙ୍କର ମୃତ୍ୟୁ ଘଟିଛି l ମୃତ ଛାତ୍ର ହେଲେ ବାରିପଦା ମୁର୍ଗାବାଡ଼ି ଅଞ୍ଚଳର ଅମିତ ପାତ୍ରଙ୍କ ପୁଅ ସୌମିତ କୁମାର( ୧୮)

ସୂଚନା ଅନୁସାରେ, ସୌମିତ ଶନିବାର ତାଙ୍କ ସାଙ୍ଗଙ୍କ ସହ ଟୁଙ୍କି ଜଳପ୍ରପାତ ବୁଲିବାକୁ ଆସିଥିଲେ । ତେବେ ସେ ମଧ୍ୟାହ୍ନରେ ଜଳପ୍ରପାତରେ ଗାଧୋଉଥିବା ସମୟରେ ଅସାବଧାନତା କାରଣରୁ କୁଣ୍ଡରେ ବୁଡ଼ି ଯାଇଥିଲେ l ଘଟଣା ସଂପର୍କରେ ଗ୍ରାମବାସୀ ଜାଣିବା ପରେ ଖୁଣ୍ଟା ଅଗ୍ନିଶମ ବିଭାଗକୁ ସୁଚନା ଦେବା ସହ ସୌମିତଙ୍କୁ ଉଦ୍ଧାର କରିବା ପାଇଁ  ପ୍ରୟାସ କରାଯାଇଥିଲେ ମଧ୍ୟ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ।

ପରବର୍ତ୍ତୀ ସମୟରେ ଘଟଣାସ୍ଥଳରେ ଖୁଣ୍ଟା ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଏବଂ ପ୍ରାୟ ଦୀର୍ଘ ଅଧ ଘଣ୍ଟା ପରେ ଜଳପ୍ରପାତର କୁଣ୍ଡରୁ ପ୍ରାୟ ୧୫ଫୁଟ ଗଭୀର ମଧ୍ୟରୁ ସୌମିତଙ୍କୁ ଉଦ୍ଧାର କରିବା ସହ ତାଙ୍କୁ ଖୁଣ୍ଟା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ତେବେ ମୃତକ ଜଣକ ବାପା ମାଆଙ୍କ ଏକ ମାତ୍ର ପୁତ୍ର ହୋଇଥିବାବେଳେ ସେ ଲକ୍ଷ୍ମୀପୋଷୀସ୍ଥିତ ମୟୁରଭଞ୍ଜ ସ୍କୁଲ ଅଫ୍ ଇଞ୍ଜିନିୟରିଂର ଡିପ୍ଲମା ଛାତ୍ର ବେଲି ଜଣାପଡ଼ିଛି । ମୃତକ ଛାତ୍ରଙ୍କ ପରିବାର ଲୋକେ ଚିକିତ୍ସା କେନ୍ଦ୍ରରେ ପହଞ୍ଚିବା ପରେ ଶୋକାକୂଳ ପରିବେଶ ଦେଖିବାକୁ ମିଳିଥିଲା । ଖବରପାଇ ଖୁଣ୍ଟା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି ।